ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ଲେଖାଶ୍ରୀ: କହିଲେ, ‘କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ଲୋକଙ୍କୁ ମିଳି ନାହିଁ ଟଙ୍କା’
5/06/2020 at 1:17 PM

ଭୁବନେଶ୍ବର୫/୬: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା। ମାସ୍କ ଓ ପିପିଇ କିଟ୍ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ। ସେ କହିଛନ୍ତି, ଗୋଟେ ଡାଳ କାଟିଲେ ଆହୁରି ଡାଳ ବାହାରେ ଅଛି। ମୂଳରୁ ନ ଉପାଡ଼ିଲେ ଦୁର୍ନୀତି ଛାଡ଼ିବ ନାହିଁ ଏବଂ ନବୀନଙ୍କ ଗତ ୨୦ ବର୍ଷ ଶାସନ କାଳରେ ଦାୟିତ୍ଵରେ ଥାଇ ଦୁର୍ନତୀ କରନ୍ତି। ଧରା ନ ପଡିଲେ ଛୁ୍ଟ୍ ପାଇ ଯାଉଛନ୍ତି। ଦୁର୍ନୀତି କରି ଧରା ପଡିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଦା କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୩୦/୪୦ ମନ୍ତ୍ରୀ, ନେତା, ଅଫିସର ବିଦା ହେଲେଣି। ନୂଆ ମୁହଁ ଲୋକଙ୍କ ସାମ୍ନାକୁ ଆଣି ଭଣ୍ଡେଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ମହାମାରୀ ସମୟରେ ଫାଇଦା ନେବା ଠାରୁ ଅଧର୍ମୀ କାମ ଦୁନିଆରେ ନାହିଁ। ମହାପ୍ରଭୁ ଜଗନ୍ନାଥ କ୍ଷମା କରିବେ ନାହିଁ। କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବା ଲୋକଙ୍କୁ ଟଙ୍କା ଦିଆଯିବା ପ୍ରସଙ୍ଗ। କାହାକୁ ଟଙ୍କା ଦେଇଛ କୁହ। ୬୨ କୋଟି ଟଙ୍କା ଦେବା କଥା ମିଥ୍ୟା ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମାନ୍ତସିଂହାର କହିଛନ୍ତି।