Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସର୍ତ୍ତ ପୂରଣ ନକରି ଅଧିକ ଅର୍ଥ ମାଗିବା ହାସ୍ୟାସ୍ପଦ : ଲେଖାଶ୍ରୀ

6/11/2021 at 12:03 PM

ଭୁବନେଶ୍ବର ୬।୧୧: ମନରେଗା ଅର୍ଥ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପ୍ରଶ୍ନ କରିଛି ରାଜ୍ୟ ବିଜେପି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ୧୦୭୮ କୋଟି ଟଙ୍କା ମାଗିବା ସହିତ ଶ୍ରମ ଦିବସ ବଢ଼େଇବାକୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠି ଲେଖି ଟଙ୍କା ମାଗିଥିଲେ ବି ପୂର୍ବରୁ ଆସିଥିବା ଅର୍ଥ ଖର୍ଚ୍ଚର ହିସାବ ଦେବାକୁ ପ୍ରସ୍ତୁତ ନୁହନ୍ତି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ପ୍ରାୟ ୩ ହଜାର ୫୭୭ କୋଟି ଟଙ୍କା ପାଇଥିଲେ ବି ବକେୟା ଅର୍ଥ ପାଇବାର ସର୍ତ୍ତ ପୂରଣ ନକରି ଅଧିକ ଅର୍ଥ ମାଗିବା ହାସ୍ୟାସ୍ପଦ। ମୁଖ୍ୟମନ୍ତ୍ରୀ ଯାହା ମାଗିଛନ୍ତି କେନ୍ଦ୍ର ଦେଇଛି। ଶୁକ୍ରବାର ଆହୁରି ୮୭୫ କୋଟି ଟଙ୍କା ମନରେଗାରେ ରାଜ୍ୟକୁ ଦେଇଛନ୍ତି। ବାକି ଟଙ୍କା ପାଇବାର ସର୍ତ୍ତ ପାଇଁ ୟୁସି ଦେବା, ସମୟ ସୀମା ଭିତରେ କାମ ପୂରଣ କରିବା, ଅଡିଟ କରେଇବା ଆଦି କାମ ନ କରି ମୁଖ୍ୟମନ୍ତ୍ରୀ ଚିଠି ଲେଖିବାକୁ ନେଇ ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

ଲୋକ କାମ ନକରି ଜେସିବି ଲଗାଇ କାମ କରାଯାଉଛି, ମିଛ ଲୋକ ନାଁରେ ଜବ୍ କାର୍ଡ଼ କରାଯାଇଛି। ଏ ସବୁ ସମାଧାନ ନ କରି କେବଳ ପ୍ରହସନ କରାଯାଉଛି। ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇ ନପାରି ଅଧିକ ଶ୍ରମ ଦିବସ କଥା କହିବା ହାସ୍ୟାସ୍ପଦ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ସ୍କିଲ ମ୍ୟାପିଂ କଲେନି। କୌଣସି କାର୍ଯ୍ୟ ନକରି କେବଳ ପର ଘର ତିଅଣରେ ଅତିଥି ସତ୍କାର କରିବାକୁ ପ୍ରଚେଷ୍ଟା କରୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି ।

   Related Posts