Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

‘ପୁରୀର ପରିଚୟ’ ବିବାଦରେ ଫସିଲେ ଲେଖାଶ୍ରୀ : କଳାପାହାଡର ଭଉଣୀ ଆଖ୍ୟା ଦେଲେ ଅରୁପ, କଂଗ୍ରେସ ଦେଲା ଏତଲା

17/11/2020 at 3:45 PM

ଭୁବନେଶ୍ବର ୧୭।୧୧: ପୁରୀ ଏବଂ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂପର୍କରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ମନ୍ତବ୍ୟ । ପୁରୀ କୁଆଡେ ଜଣେ କେନ୍ଦ୍ରୀୟ ବିଜେପି ନେତାଙ୍କ ଲାଗି ଓଡିଶାରେ ବୋଲି ଜଣାପଡିଲା । ଲେଖାଶ୍ରୀଙ୍କ ଏପରି ବିବାଦୀୟ ମନ୍ତବ୍ୟର ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ବିଜେପି ନେତ୍ରୀଙ୍କୁ ଏପରି ମନ୍ତବ୍ୟ ପାଇଁ ଘେରିଛି ବିଜେଡି । ସେପଟେ କଂଗ୍ରେସ ମଧ୍ୟ ବିଜେପି ନେତ୍ରୀଙ୍କୁ ଛାଡିନି । ଏହାପରେ କଥା ଢୋକି ଲେଖାଶ୍ରୀ ସଫେଇ ଦେଇଥିଲେ ବି ଏତେ ଶୀଘ୍ର ବିବାଦ ଯେ ଥମିବ, ତାହା ମନେହେଉନି । ।

ଘଟଣାଟି ହେଲା, ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ ୨୦୧୯ ନିର୍ବାଚନରେ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଶ୍ରୀଜଗନ୍ନାଥ ପୁରୀରେ ଅଧିଷ୍ଠିତ ବୋଲି ଲୋକ ଜାଣିଲେ । ନଚେତ୍ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଲୋକେ ପୂର୍ବରୁ ଜାଣିଥିଲେ । ଲେଖାଶ୍ରୀଙ୍କ ଏପରି ଅଦ୍ଭୁତ ବୟାନ ତାଙ୍କୁ ବିବାଦକୁ ଟାଣିଛି ।

ବିଜେଡି ନେତା ଅରୁପ ପଟ୍ଟନାୟକ ବେସ୍ କଡା କରି ଲେଖାଶ୍ରୀଙ୍କ ଉଦ୍ଦେଶ୍ୟରେ ଶୁଣାଇଛନ୍ତି । ଲେଖାଶ୍ରୀଙ୍କୁ ଜଣେ ଭଦ୍ର ମହିଳା ଆଖ୍ୟା ଦେଇ ଅରୁପ ପଟ୍ଟନାୟକ କହିଛନ୍ତି, ଶ୍ରୀ ଜଗନ୍ନାଥ ଓଡିଶାର ପରିଚୟ  ହୋଇଥିବା ବେଳେ ଏହି ଭଦ୍ର ମହିଳା ଅଦ୍ଭୁତ ବୟାନ ଦେଇଛନ୍ତି । ସେ କଳାପାହାଡ଼ଙ୍କ ଭଉଣୀଙ୍କ ଭଳି କଥା କହୁଛନ୍ତି । ଅରୁପ ଆହୁରି କହିଛନ୍ତି, ଜଷ୍ଟିସ୍ କାଟଜୁ, ଅଭିଜିତ ଆୟାରଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି ଲେଖାଶ୍ରୀ । ଜାତୀୟ ଦଳ ଭାବେ ବିଜେପି ଏହାକୁ ସହ୍ୟ କରିବା ଉଚିତ୍ ନୁହେଁ ବୋଲି କହି ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଅରୁପ ।

ସେହିପରି ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସାରା ବିଶ୍ବର ନାଥ ଜଗନ୍ନାଥ  ଏବଂ ସେ ଓଡିଆଙ୍କ ଆରାଧ୍ୟ । ତେବେ ଶ୍ରୀଜଗନ୍ନାଥଙ୍କ ସହ ସମ୍ବିତ ପାତ୍ରଙ୍କୁ ଯୋଡ଼ିବା ହୀନ କଥା । ସେହିପରି ପୁରୀ ଯୁବ କଂଗ୍ରେସ ପକ୍ଷରୁ ପୁରୀ ଟାଉନ ଥାନାରେ ଲେଖାଶ୍ରୀଙ୍କ ବିରୋଧରେ ତାଙ୍କ ବୟାନକୁ ନେଇ ଏତଲା ଦିଆଯାଇଛି । ତେବେ ବିଜେପି ନେତା ପ୍ରଦୀପ ପୁରୋହିତ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଲେଖାଶ୍ରୀ କ’ଣ କହିଛନ୍ତି ତାହା ସ୍ପଷ୍ଟ ହୋଇନି । ଯଦି ସେ ଏମିତି କହିଥାନ୍ତି ତେବେ ସେ ଦୁଃଖ ପ୍ରକାଶ କରିବା ଉଚିତ୍ ।

ଏପଟେ ନିଜ ବକ୍ତବ୍ୟକୁ ନେଇ ବିବାଦ ଉପୁଜିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲେଖାଶ୍ରୀ । ଟ୍ବିଟ୍ କରି ସେ ଉଲ୍ଲେଖ କରିଛନ୍ତି, ଓଡିଆ ସଂସ୍କୃତି, ପରମ୍ପରା କ୍ଷୁର୍ଣ୍ଣ ପାଇଁ ଷଡଯନ୍ତ୍ର ଚାଲିଛି । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଓ ଦଳ ଷଡଯନ୍ତ୍ର କରୁଛନ୍ତି । କୋଭିଡ୍ କଟକଣାରେ ଦେଶବ୍ୟାପୀ ମନ୍ଦିର ଖୋଲିଲାଣି ।କୋଭିଡ୍ ବାହାନା ଦେଖାଇ ସରକାର ଶ୍ରୀମନ୍ଦିର ଖୋଲୁ ନାହାନ୍ତି । କାହିଁକି ପୁରୀ ମନ୍ଦିର ଖୋଲୁନି ତାହା ସ୍ପଷ୍ଟ ହେବା ଦରକାର ବୋଲି ସେ ଲେଖିଛନ୍ତି । ରଥଯାତ୍ରା ବନ୍ଦ ପାଇଁ ଷଡଯନ୍ତ୍ର ହୋଇଥିଲା । ପ୍ରଭୁ ନିଜେ ନିଜ ରଥ ଯାତ୍ରା କଲେ । ଏବେ ପ୍ରଭୁ ନିଜେ ମନ୍ଦିର ଖୋଲାଇବେ ବୋଲି ଲେଖାଶ୍ରୀ ଲେଖିଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ଭିଡଓକୁ ପୁରା ନଦେଖି ଗୋଟିଏ ଲାଇନ୍ କୁ ନେଇ ବିବାଦ କରାଯାଉଛି ।

   Related Posts