Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

TMC ଛାଡି ଏବେ ପସ୍ତଉଛନ୍ତି ନେତା! ମମତାଙ୍କୁ ବିଜେପି ନେତ୍ରୀ ସୋନାଲୀ ଗୁହାଙ୍କ ଖୋଲା ଚିଠି

22/05/2021 at 6:14 PM

କୋଲକାତା ୨୨।୫: ଗତ ବିଧାନସଭା ନିର୍ବାଚନ ପଶ୍ଚିମବଙ୍ଗ ରାଜନୀତିର କାୟକଳ୍ପ କରିଦେଇଛି। ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟବାସୀଙ୍କ ସମର୍ଥନରେ ପୁଣି ଥରେ ବିଶାଳ ବିଜୟ ସହ କ୍ଷମତାକୁ ଫେରିଛି ସତ, ହେଲେ ଦଳ ତାର ମୂଳ ନେତାଙ୍କୁ ହରାଇଛି। ନିର୍ବାଚନ ଲାଗି ରାଜ୍ୟ ବିଜେପି ନିଜକୁ ମଜଭୁତ କରିବା ପାଇଁ ଟିଏମସିର ଅନେକ ଟାଣୁଆ ନେତାଙ୍କୁ ଦଳରେ ନେଇଯାଇଥିଲା। ଏଣୁ ଏକ ସମୟରେ ଟିଏମସି ନେତା ଶୂନ୍ୟ ହେବାର ଆଶଙ୍କା ଉପୁଜିଥିବା ବେଳେ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ଲାଗି ପ୍ରାର୍ଥୀ ସୂଚୀ ପ୍ରସ୍ତୁତ କରିବା ମଧ୍ୟ କାଠିକର ପାଠ ହୋଇଯାଇଥିଲା। ମମତାଙ୍କ ଉପରେ ଘନେଇଥିବା ମୋଦିଙ୍କ ଝଡ଼ ଉପରେ ଉପରେ ଉଡିଯାଇଛି। ତେବେ ବତାସ ଭୟରେ ଉଡିଯାଇଥିବା ଚଢ଼େଇ ଏବେ ବସା ଖୋଜିଲେଣି। ଆମେ କହୁଛୁ ବିଜେପି ନେତ୍ରୀ ସୋନାଲୀ ଗୁହାଙ୍କ କଥା, ଯିଏ ସୋସିଆଲ ମିଡିଆରେ ମମତାଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି।

ସାତଗାଛିଆ ନିର୍ବାଚନମଣ୍ଡଳୀରୁ ସୋନାଲୀ ଟିଏମସିର ୪ଥର ବିଧାୟିକା । ରାଜ୍ୟ ଶାସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସେ ଛାଇ ବୋଲି ସମସ୍ତେ କୁହନ୍ତି।  ତେବେ ଗତ ବିଧାନସଭା ନିର୍ବାଚନରେ ଟିକେଟ୍‌ ବାଣ୍ଟକୁ ନେଇ ସୋନାଲି ଟିଏମସି ଛାଡି ହେଷ୍ଟିଙ୍ଗସ୍‌ରେ ପଦ୍ମଫୁଲ ଧରିଥିଲେ ।  ବିଜେପିରେ ଯୋଗ ଦେଇ ମଧ୍ୟ ତାଙ୍କୁ ଟିକେଟ ମିଳିନଥିଲା କି ଦଳ ତାଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ କରିନଥିଲା।  ଏବେ ନିର୍ବାଚନ ସରିବା ପରେ ସେ ବିଜେପିରେ ଯୋଗ ଦେଇ ଭୁଲ କରିଥିବାର ପଶ୍ଚାତାପ କରୁଛନ୍ତି।

ସୋନାଲୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ମମତାଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ପୋଷ୍ଟ କରିଥିବା ବେଳେ ଥରଟିଏ ତାଙ୍କୁ କ୍ଷମା କରିଦେବାକୁ ନିବେଦନ କରିଛନ୍ତି। ନିର୍ବାଚନ ପୂର୍ବ ପରିସ୍ଥିତିରେ ସୋନାଲୀ ବିଜେପିରେ ଯୋଗ ଦେଇ ସେ କେତେ ବୁଧିମାନ ମମତାଙ୍କୁ ଦେଖାଇଦେଇଥିଲେ। ହେଲେ ଏବେ ବିଜେପିର ସେ କେଉଁ ସ୍ତରର ନେତା ତାହା ବି ଜାଣି ପାରୁ ନାହାନ୍ତି। ଏଣୁ ଏପରି ଏକ ରାଜନୈତିକ କ୍ୟାରିୟର ସେ କେବେବି ଆଶା କରିନଥିଲେ। ଏଣୁ ପୁଣି ନିଜ ଦଳକୁ ଫେରିଆସିବାକୁ କିପରି ଛଟପଟ ହେଉଛନ୍ତି ତାହା ସେ ତାଙ୍କ ଖୋଲା ପତ୍ରରେ ବେଶ୍ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।

ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରୁ ଯେପରି ଫଳାଫଳଆଶା ରଖିଥିଲା ସେପରି ପାଇ ପାରିନାହିଁ। ହଁ ଦଳକୁ ଗତ ଥରର ୩ ସ୍ଥାନରେ ୭୦ ବିଧାୟକ ମିଳିଛି।  ତେବେ ନିର୍ବାଚିତ ସବୁ ବିଧାୟକ ଅନ୍ୟ ଦଳର ଆଗନ୍ତୁକ। ଏମାନଙ୍କୁ ବାଦ ଦେଇ ଯଦି ବିଧାନସଭାରେ ବିଜେପି ମୂଳ ବିଧାୟକଙ୍କୁ ସାଉଣ୍ଟା ଯାଏ ତେବେ ଦଳକୁ ସେହି ୩ ବିଧାୟକ ହିଁ ମିଳୁଛନ୍ତି ଓ ସମସ୍ତେ ନିଜନିଜ ମୂଳଦଳ ଲାଗି ଏବେ ଚିନ୍ତିତ ଥିବା ପରି ମଧ୍ୟ ଅନୁଭବ ହେଉଛି। ସୋନାଲୀଙ୍କୁ ଏବେ ଏହାର ପ୍ରମାଣ ଭାବେ ନିଆଯାଇପାରେ ବୋଲି ବେଙ୍ଗଲରେ ଚର୍ଚ୍ଚା ହେଉଛି।

   Related Posts