Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଚାଷୀଙ୍କ ସମର୍ଥନରେ ଆସିଲେ bjp ନେତା, ତ୍ୟାଗକଲେ ଦଳର ପ୍ରାଥମିକ ସଦସ୍ୟତା

10/01/2021 at 8:40 PM

ଗାଜିପୁର ବର୍ଡର ୧୦।୧: ସଂଶୋଧିତ କୃଷି ଆଇନକୁ ନେଇ ଜାରି କୃଷକ ଆନ୍ଦୋଳନ ଏବେ ବିଜେପିରେ ଫାଟ ପକାଇଲାଣି। ଚାଷୀଙ୍କ ଆନ୍ଦୋଳନ ୪୬ ଦିନରେ ପହଞ୍ଚିଥିବା ବେଳେ ସମାଧାନ ଲାଗି ସରକାର ଓ ଚାଷୀ ୯ଥର ବୈଠକ କଲେଣି। ହେଲେ ସମାଧାନର ରାସ୍ତା ବାହାରି ପାରୁନି। ଏଥିରେ ଚାଷୀ ଅସ୍ଥିର ହେବାକୁ ଲାଗିଥିବା ବେଳେ ରାଜନେତାଙ୍କ ଉପରେ ଜନତାଙ୍କ ଚାପ ବଢିବାରେ ଲାଗିଛି। ଏଥିରେ ଗୋରଖପୁରର ବିଜେପି ନେତା ଦଳରୁ ଇସ୍ତଫା ଦେଇ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରବଳ ପ୍ରତାପ ସାହୀ ନାମକ ଏହି ନେତା କୃଷକ ଆନ୍ଦୋଳନକୁ ସମର୍ଥନ ଲାଗି ଦଳର ପ୍ରଥମିକ ସଦସ୍ୟତା ତ୍ୟାଗ କରିବା ପରେ ସିଧା ଗାଜିପୁର ବର୍ଡରକୁ ଆସି ଚାଷୀଙ୍କ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଏଠାରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକୈତ ତାଙ୍କୁ ଆନ୍ଦୋଳନରେ ସ୍ୱାଗତ କରିବା ସହ ଆନ୍ଦୋଳନର ଅଂଶ ଭାବେ ସ୍ୱୀକାର କରିଛନ୍ତି।

ସେପଟେ ବିକେୟୁ ଜାତୀୟ ସଭାପତି ନରେଶ ଚିକୈତ ଦିଲ୍ଲୀ କୃଷକ ଆନ୍ଦୋଳନରେ ସାମିଲ ହେବା ଲାଗି ସିସୌଲୀରୁ ସମର୍ଥକଙ୍କ ସହ ବାହାରିଛନ୍ତି। ଚାଷୀ ଅମଳ ଛାଡି ଆଇନ ବିରୋଧରେ ଦିଲ୍ଲୀରେ ଅଡି ରହିଛନ୍ତି। ଅର୍ଥବ୍ୟବସ୍ଥାର ମୁଳ ପିଣ୍ଡ ନିଜ କାମକୁ ପଛ କରିଆସିଛି। ଏଥିରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଟିକୈତ କ୍ଷୋଭପ୍ରକାଶ କରିଛନ୍ତି।

ତେବେ ଆନ୍ଦୋଳନ ଲାଗି ଖଳାରେ କାମ ଯେପରି ବ୍ୟହତ ନ ହୁଏ ସେଥିପ୍ରତି ଚାଷୀଙ୍କୁ ଧ୍ୟାନ ଦେବାକୁ କୃଷକ ନେତା ନିବେଦନ କରିଛନ୍ତି। ନଚେତ ୨୦୨୧ରେ ଅଧେ ଭାରତ ଭୋକରେ ମରିଯିବ ବୋଲି ସତର୍କ କରାଇଛନ୍ତି।

   Related Posts