ପାଟନାରେ ବିଜେପି ନେତାଙ୍କୁ ଗୁଳି, ଦିନ ଦ୍ୱିପହରରେ ହତ୍ୟା କରି ଆତତାୟୀ ଫେରାର୍

Published By : Prameya-News7 Bureau | October 01, 2020 IST

ପାଟନା, ୦୧ ।୧୦: ବିହାରର ରାଜଧାନୀ ପାଟନାରେ ଦିନକୁ ଦିନ ସୁରକ୍ଷା ବ୍ୟବସ୍ଥା ବିଗିଡିବାରେ ଲାଗିଛି । ଗୁରୁବାର ପାଟନାରେ ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ବାଇକରେ କିଛି ଦୁର୍ବୃତ୍ତ ଆସି ବିଜେପି ନେତାଙ୍କ ଉପରେ ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ନେତାଜଣଙ୍କ ଜୀବନ ହାରିଥିଲେ ।

ସୂଚନାନୁସାରେ, ବିଜେପି ନେତା ରାଜେଶ କୁମାର ଝା ପାଟନାର ତେଜ୍ ପ୍ରତାପ ନଗରରେ ରୁହନ୍ତି । ଗୁରୁବାର ସେ ଘର ପାଖରେ ଥିବା ଉତ୍ସବ ହଲ ନିକଟରେ ଛିଡା ହୋଇଥିଲେ । ସେହି ସମୟରେ ଏକ ବାଇକରେ ଦୁଇ ଦୁର୍ବୃତ୍ତ ଆସି ରାକେଶଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ସହ ଗୁଳିମାଡ କରିଥିଲେ ।

ଘଟଣାସ୍ଥାଳରେ ହିଁ ରାକେଶଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହାସହ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ ।

ତେବେ ପରିବାର ଲୋକଙ୍କ କହିବାନୁସାରେ, ସମ୍ପତ୍ତି ପାଇ ଏହି ହତ୍ୟାକାଣ୍ଡ ହୋଇଛି । ପୋଲିସ ରାକେଶଙ୍କର କିଛି ସମ୍ପର୍କୀୟଙ୍କୁ ଅଟକ ରଖିଛି । ପରିବାରର କେହି ଏହି ହତ୍ୟାପଛରେ ରହିଥିବା ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.