ସୁଶୀଲ ମୋଦୀ ଆଉଟ୍ ! ବିଜେପି ନେତା କାମେଶ୍ୱର ଚୌପାଲ ହୋଇପାରନ୍ତି ବିହାରର ନୂଆ ଉପ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 13, 2020 IST

ପାଟନା, ୧୩|୧୧:  ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିହାରରେ ଏନଡିଏ ସରକାର ଗଢିବ । ମୁଖ୍ୟମନ୍ତ୍ରୀ ଭାବେ ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଶପଥ ନେବେ । କିନ୍ତୁ କିଏ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଲାଗି ରହିଛି ସସପେନ୍ସ ।

ସୂତ୍ରାନୁସାରେ, ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ପାଇଁ ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲ ବିହାରର ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଏହି ଚର୍ଚ୍ଚା ମଧ୍ୟରେ କାମେଶ୍ୱର କହିଛନ୍ତି ଯେ, ସେ ହେଉଛନ୍ତି ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ସୂଚାର ରୂପେ ସମ୍ପାଦନ କରିବେ ।

{"id":361055,"sizeSlug":"large"}

କାମେଶ୍ୱର ହେଉଛନ୍ତି ରାମ ମନ୍ଦିର ଟ୍ରଷ୍ଟର ଦଳିତ ସେବକ ଓ ବିଜେପିର ବରିଷ୍ଠ ନେତା । ଏବେ ସେ ପାଟନାରେ ପହଁଚିଛନ୍ତି । ଯାହାକୁ ନେଇ ନୂଆ ସରକାରରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାମେଶ୍ୱର ଯଦି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସୁଶୀଲ ମୋଦୀ ସରକାରରୁ ବାଦ୍ ପଡିପାରନ୍ତି ।

ସୂଚନାଯୋଗ୍ୟ, ବିଜେପିର ବିଧାୟକ ଦଳ ବୈଠକ ଦୀପାବଳି ପରେ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ । ଶନିବାର ବିଜେପିର ସଂସଦୀୟ ବୈଠକ ଶେଷ ହେବା ପରେ ବିହାର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ । ଏହାପରେ ୧୫ ତାରିଖରେ ପାଟନାରେ ବିଜେପି ବିଧାୟକ ଦଳ ବୈଠକ ବସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.