'ରାହୁଲ ଗାନ୍ଧୀ ସବୁବେଳେ ମିଛ କୁହନ୍ତି, ସେଥିପାଇଁ କରୋନା ଆକ୍ରାନ୍ତ ହୋଇଛନ୍ତି' : ବିଜେପି ନେତା

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୦୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ମଙ୍ଗଳବାର ଦିନ କରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ । ଏହା ସହିତ କରୋନାକୁ ଆଖି ଆଗରେ ରଖି ବେଙ୍ଗଲରେ କଂଗ୍ରେସ ଦଳ ରାଲି କିମ୍ବା ସଭା କରିବ ନାହିଁ ବୋଲି କହିଥିଲେ । ରାହୁଲ କହିଥିଲେ ବର୍ତ୍ତମାନ ପରିସ୍ଥିତିରେ ସଭା କି ରାଲି ନୁହେଁ ବରଂ ଲୋକମାନଙ୍କ କଷ୍ଟକୁ ବୁଝିବା ଉଚିତ । ତେବେ କଂଗ୍ରେସ ନେତାଙ୍କ ଏଭଳି ବୟାନକୁ ନେଇ ବିଜେପି ନେତା କୈଳାଶ ବିଜୟବର୍ଗୀୟ ଟାର୍ଗେଟ୍‌ କରିଛନ୍ତି ।

କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ, ‘ବେଙ୍ଗଲରେ କଂଗ୍ରେସ ଦଳ ହିଁ ନାହିଁ ତ ରାହୁଲ ଗାନ୍ଧୀ ସେଠାରେ ସଭା କଣ କରିବେ । ପଶ୍ଚିମବଙ୍ଗରେ କଂଗ୍ରେସ ମାତ୍ର ୨ଟି ଜିଲ୍ଲାରେ ସକ୍ରିୟ ରହିଛି । ସେଠାରେ ରାହୁଲ ଗାନ୍ଧୀ ପ୍ରଚାର କରିକି ଆସିଛନ୍ତି । ଅନ୍ୟ କୌଣସି ଜିଲ୍ଲାରେ କଂଗ୍ରେସର ସ୍ଥିତି ନାହିଁ । ସେଥିପାଇଁ ରାହୁଲ ରାଲି କରିବାକୁ ଅମଙ୍ଗ ହେଉଛନ୍ତି । ରାହୁଲ ଗାନ୍ଧୀ ମିଛ କହୁଛନ୍ତି ସେଥିପାଇଁ ସେ କରୋନା ଆକ୍ରାନ୍ତ ହୋଇଛନ୍ତି । ପ୍ରଚାର କରିବା , ସଭା କରିବା ଦ୍ବାରା ବେଙ୍ଗଲରେ କିଛି ଫରକ୍‌ ପଡିବ ନାହିଁ ।

wp:embed {"url":"https://twitter.com/news24tvchannel/status/1384791653735563266","type":"rich","providerNameSlug":"twitter","responsive":true,"className":""}
https://twitter.com/news24tvchannel/status/1384791653735563266
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.