Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ୱାଜିଦ୍ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ଗଡବଡ୍ କରିଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ : ଭାଇରାଲ୍ ହେଉଛି ଟ୍ୱିଟ୍

1/06/2020 at 4:09 PM

ମୁମ୍ବାଇ ୦୧/୦୬ : ସଂଗୀତ ନିର୍ଦେଶକଙ୍କ ଯୋଡି ସାଜିଦ-ୱାଜିଦଙ୍କ ଯୋଡି ଭାଙ୍ଗିଯାଇଛି | ୪୨ ବର୍ଷ ବୟସରେ ରବିବାର ବିଳମ୍ବିତ ରାତିରେ ୱାଜିଦ ଖାନଙ୍କ ନିଧନ ହୋଇଛି | ୱାଜିଦ ନିଧନ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି | ସଂଗୀତ ତଥା ବଲିଉଡ ଜଗତର ତମାମ ହସ୍ତୀ ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି | ବଲିଉଡର ଭାଇଜାନ ସଲମାନ ଖାନ ଟ୍ୱିଟରରେ ଶୋକ ବ୍ୟକ୍ତ କରିଛନ୍ତି | ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ମଧ୍ୟପ୍ରଦେଶ ରାଜନୀତିର ଜଣାଶୁଣା ତଥା ନାମୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଟ୍ୱିଟ କରି ୱାଜିଦ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ | କିନ୍ତୁ ଟ୍ୱିଟରେ ସେ ଏକ ବଡ ଧରଣର ଭୁଲ କରିଦେଇଥିଲେ | ଏହାପରେ ସେ ତୁରନ୍ତ ଭୁଲ ଥିବା ଟ୍ୱିଟକୁ ଡିଲିଟ କରି ପୁଣି ନୂଆ ଭାବେ ଟ୍ୱିଟ କରିଥିଲେ | କିନ୍ତୁ ଭୁଲ ଟ୍ୱିଟକୁ ନେଇ ସିନ୍ଧିଆ ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଛନ୍ତି |   

ସିନ୍ଧିଆ ନିଜ ଟ୍ୱିଟରେ ଲେଖିଥିଲେ, ‘ବଲିଉଡର ପ୍ରସିଦ୍ଧ ସଂଗୀତ ନିର୍ଦେଶକ ୱାଜିଦ ଖାନଙ୍କ ଆକସ୍ମିକ ନିଧନ ଖବର ଅତ୍ୟନ୍ତ ଦୁଃଖଦ | ଶୋକ ସନ୍ତପ୍ତ ପରିବାର ପାଇଁ ମୋର ଗଭୀର ସମବେଦନା | ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ |’ କିନ୍ତୁ ଟ୍ୱିଟର ଶେଷକୁ ସେ ସବୁ ଗଡ଼ବାଡ଼ କରିଦେଇଥିଲେ | ଶେଷରେ ହେସଟ୍ୟାଗ ସାଜିଦ ନାଡିଆଡ଼ୱାଲା ଲେଖି ଦେଇଥିଲେ | ସାଜିଦ ନାଡିଆଡ଼ୱାଲା ବଲିଉଡ ଜଗତର ଜଣେ ଜଣାଶୁଣା ପ୍ରଯୋଜକ | ସିନ୍ଧିଆ ୧୨ଟା ୩୮ ମିନିଟରେ ଏହି ଟ୍ୱିଟ କରିଥିଲେ | କିନ୍ତୁ ଭୁଲ ଜାଣିବା ପରେ ସେ ତୁରନ୍ତ ଏହି ଟ୍ୱିଟ କରି ଡିଲିଟ କରି ଦେଇଥିଲେ | କିନ୍ତୁ ଲୋକେ ତାଙ୍କର ଏହି ଟ୍ୱିଟର ସ୍କ୍ରିନସଟ ରଖି ତାଙ୍କୁ ଟ୍ରୋଲ କରିଛନ୍ତି |

   Related Posts