Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ମହାରାଷ୍ଟ୍ର ବିଜେପିକୁ ଶକ୍ତ ଧକ୍କା, ଏକନାଥ ଖଡ୍‌ସେଙ୍କ ପରେ ଦଳରୁ ଇସ୍ତଫା ଦେଲେ ଜୟସିଂରାଓ ଗାଏକ୍ବାଡ୍‌

17/11/2020 at 7:20 PM

ମୁମ୍ବାଇ ୧୭/୧୧: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଏକନାଥ ଖଡ୍‌ସେଙ୍କ ପରେ ପୁଣି ଏକ ଝଟ୍‌କା ଲାଗିଛି। ମିଳିଥିବା ସୂଚନା ଅନୁସାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜୟସିଂଗରାଓ ଗାଏକ୍ବାଡ୍‌‌ ପାଟିଲ ଦଳ ଛାଡ଼ିଛନ୍ତି। ତେବେ ଏନେଇ ଜୟସିଂରାଓ ପାଟିଲ ଫେସବୁକ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ମଙ୍ଗଳବାର ପାର୍ଟି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ବଚ୍ଚୁଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଏନେଇ ସୂଚନା ଦେଇଛନ୍ତି ଜୟସିଂଗରାଓ।

ମିଡିଆକୁ ସୂଚନା ଦେଇ ଜୟସିଂଗରାଓ କହିଛନ୍ତି, ମୁଁ ପାର୍ଟି ପାଇଁ କାମ କରିବା ସହ ଦାୟୀତ୍ବ ନେବାକୁ ଚାହୁଁଥିଲି। କିନ୍ତୁ ଦଳ ମୋତେ କୌଣସ ମଉକା ନଦେବାରୁ ମୁଁ ଏମିତି ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ବିଜେପି ଅଧ୍ୟକ୍ଷକଙ୍କୁ ନିଜର ଇସ୍ତଫା ପ୍ରଦାନ କରିବା ସହ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ନେଇ ଉଲ୍ଲେଖ କରିଛନ୍ତି ଜୟସିଂଗରାଓ। ଏହା ସହ ଫେସ୍‌ବୁକ୍‌ରେ ଇସ୍ତଫା ପତ୍ରର ଏକ କପି ମଧ୍ୟ ସେ ସେୟାର କରିଛନ୍ତି।

ପାର୍ଟିରୁ ବିଧାୟକ କିମ୍ବା ସାଂସଦ ହେବାକୁ ଚାହୁଁନଥିଲି ବରଂ ପାର୍ଟି ପାଇଁ ସମର୍ପିତ ଭାବରେ କାମ କରିବାକୁ ଚାହୁଁଥିଲି। ତେଣୁ ପାଖାପାଖି ଏକ ଦଶକ ଧରି ଦାୟୀତ୍ବ ମାଗୁଥିଲି। କିନ୍ତୁ ପାର୍ଟି କୌଣସି ଦାୟୀତ୍ବ ଦେଲା ନାହିଁ। ତେଣୁ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲି ବୋଲି ଫେସବୁକ୍‌ ପୋଷ୍ଟରେ ଲେଖିଛନ୍ତି ଜୟସିଂଗରାଓ।

ସୂଚନାଯୋଗ୍ୟ, ଜୟସିଂଗରାଓଙ୍କ ପୂର୍ବରୁ ବିଜେପିର ବରିଷ୍ଠ ନେତା ଏକନାଥ ଖଡ୍‌ସେ ଦଳ ଛାଡ଼ିଥିଲେ। ପରେ ୨୩ ଅକ୍ଟୋବରରେ ରାଷ୍ଟ୍ରବାଦୀ କଂ​‌ଗ୍ରେସ ଦଳରେ ଯୋଗ ଦେଇଥିଲେ। ତେବେ ବ୍ୟକ୍ତିଗତ କାରଣ ଯୋଗୁ ପାର୍ଟି ଛାଡ଼ିଥିବା ନେଇ ଖଡ୍‌ସେ ନିଜର ଇସ୍ତଫା ପତ୍ରରେ ଲେଖିଥିଲେ।  

   Related Posts