Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବିଜେପି ମନ୍ତ୍ରୀ ରାଗିଗଲେ, କହିଲେ ଆଖି ତାଡ଼ିଦେବି : ପୂର୍ବ ସମର୍ଥକଙ୍କ ସହ ଇମ୍‌ରତି ଦେବୀଙ୍କ ଅଡିଓ ଭାଇରାଲ୍‌, ରାଜନୀତି ଉଠୁଛିପଡୁଛି…

13/06/2020 at 12:22 PM

ଭୋପାଳ ୧୩।୦୬: ମଧ୍ୟପ୍ରଦେଶ ରାଜନୀତିରୁ ପୁଣି ଥରେ ହଲ୍‌ଚଲ୍‌ ଆରମ୍ଭ ହୋଇଛି । କେତେବେଳେ କେହି ବିଧାୟକଙ୍କୁ ବିକ୍ରି କିଣା କଥା କହୁଛନ୍ତି ତ ଆଉ କେତେବେଳେ କିଏ ରାଜ୍ୟସଭା ନିର୍ବାଚନ ପାଇଁ ଦଳ ଭଙ୍ଗିବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ହେଉଛି । ଚଳିତ କିଛି ମାସ ହେଲା ମଧ୍ୟପ୍ରଦେଶ ରାଜନୀତିରେ ଏହିପରି ଭାବରେ ଆରୋପ-ପ୍ରତ୍ୟୋରୋପର କାର୍ଯ୍ୟକ୍ରମ ଚାଲୁରହିଛି । ଏବେ ମଧ୍ୟପ୍ରଦେଶ ରାଜନୀତିରେ ଆଉ ଗୋଟିଏ କଥା ଖୁବ୍‌ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାର ଲାଗିଛି । ତାହା ହେଉଛି ବିଧାୟକଙ୍କ ଇମ୍‌ରାତି ଦେବୀଙ୍କ ଏକ ଅଡିଓ ବୋଲି କେହି କେହି ଦାବି କରୁଛନ୍ତି । ଅଡିଓରେ ଇମରାତି ଦେବୀ କୁଆଡେ ନିଜର ଜଣେ ପୂର୍ବତନ ସମର୍ଥକଙ୍କୁ ଧମକାଉଥିବାର ଅଡିଓ କ୍ଲିପ୍‌ ଭାଇରାଲ ହେଇଛି ।

ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ  ସିନ୍ଧିଆଙ୍କ ସମର୍ଥକ ଇମରତି ଦେବିଙ୍କ ଏକ ଅଡିଓ ଖୁବ୍‌ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ସେ ନିଜ ପୂର୍ବ ସମର୍ଥକଙ୍କୁ ଧମକ ଦେଉଥିବାର ନଜିର ରହିଛି । ପୂର୍ବ ସମର୍ଥକଙ୍କ ଧମକ  ଦେବା  ବେଳେ ଆଖି ତାଡିଦେବାକୁ ଧମକ ଦିଆଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଡିଓ କାହାର ତାହା ସ୍ପଷ୍ଟ ହୋଇନାହିଁ । ଅନେକ ଜାତୀୟ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେବାର ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଡିଓର ପୁଷ୍ଟି ହୋଇନାହିଁ । ଯାହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ତେବେ ଭାଇରାଲ ହେଉଇଥିବା ଅଡିଓ କ୍ଲିପ୍‌ରେ ବିଜେପି ନେତ୍ରୀ ଇମରାତି ଦେବି ନିଜର ପୂର୍ବ ସମର୍ଥକଙ୍କ ସହିତ କଥାବାର୍ତ୍ତା ହେବା ସହିତ କୌଣସି କଥାକୁ ନେଇ ରାଗୁଥିବାର ମଧ୍ୟ ଶୁଣିବାକୁ ମିଳିଛି । ଅଡିଓରେ ଧମକାଇବା ସହ ତୁ ମୋତ ଜାଣିନାହିୁ , ଦୁଇ ଆଖି ଫୁଟାଇଦେବି ବୋଲି କୁହାଯାଉଛି । ମୋର ଯେତେ ବିରୋଧ କରିବାର ଅଛି କରିନିଅ ବୋଲି କହୁଥିବାର ଶୁଣିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଇମରାତି ଦେବି ମଧ୍ୟପ୍ରଦେଶର କମଲନାଥଙ୍କ ସରକାରରେ ସାମିଲ ଥିଲେ । ସେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଇମ୍‌ରାତି ଦେବୀ ସିନ୍ଧିଆଙ୍କ ଜଣେ କଟ୍ଟର ସମର୍ଥକ ବୋଲି ମନେ କରାଯାଏ । ଚଳିଚ ବର୍ଷ ମାର୍ଚ୍ଚ ମାସରେ ସିନ୍ଧିଆ କଂଗ୍ରେସ ଛାଡିଦେଇଥିଲେ । ଏହାପରେ ଏମାନେ ମଧ୍ୟ କଂଗ୍ରେସ ଛାଡି ସିନ୍ଧିଆଙ୍କ ସହିତ ବିଜେପିରେ ଯୋଗଦାନ କରିଥିଲେ ।

   Related Posts