Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଦୀପ ଜାଳିବାକୁ କହିଥିଲେ ପ୍ରଧାନମନ୍ତ୍ରୀ, କିନ୍ତୁ ଗୁଳି ଫୁଟାଇ ଅଡୁଆରେ ବିଜେପି ନେତ୍ରୀ, ମାମଲା ରୁଜୁ

6/04/2020 at 4:12 PM

ଲକ୍ଷ୍ନୌ, ୦୬|୦୪:  ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାର ଜଣେ ବିଜେପି ନେତ୍ରୀଙ୍କ ବିରୋଧରେ ରବିବାର ରାତି ୯ଟାରେ ଗୁଳି ଫୁଟାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ରବିବାର ରାତି ୯ଟାରେ ୯ ମିନିଟ ପାଇଁ ଲାଇଟ ବନ୍ଦ କରି ଦୀପ ଓ ମହମବତୀ ଜାଳିବାକୁ ଅପିଲ କରିଥିଲେ । କିନ୍ତୁ ଏହି ନେତ୍ରୀଜଣଙ୍କ ବନ୍ଧୁକରୁ ଗୁଳି ଫୁଟାଇଥିଲେ ।

ବିଜେପି ନେତ୍ରୀ ମଞ୍ଜୁ ତିଓ୍ୱାରୀ ଗୁଳି ଫୁଟାଉଥିବାର ଭିଡିଓ ଭାଇରାଲ ହୋଇଛି । ସେ ଦଳର ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅଟନ୍ତି । ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଦେବ ରଞ୍ଜନ ବର୍ମା କହିଛନ୍ତି ଯେ, ଆଇପିସି ଧାରା ଅନୁସାରେ ମଞ୍ଜୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହାସହ ତଦନ୍ତ ଜାରି ରହିଛି ।

ଏହି ଭିଡିଓରେ ମଞ୍ଜୁ ହାତରେ ଏକ ପିସ୍ତଲ ରହିଛି । ଏହାସହ ସେ ଲଗାତାର ଭାବେ ଗୁଳିଚାଳନା କରୁଛନ୍ତି । ଏହାସହ ତାଙ୍କ ପାଖରେ ଥିବା କିଛି ବ୍ୟକ୍ତି ତାଳି ମାରିବା ସହ ହସୁଛନ୍ତି । ସେ ନିଜ ଫେସବୁକ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରିଥିଲେ । ପରେ ଏହାକୁ ଡିଲିଟ୍ କରିଦେଇଥିଲେ ।

ତେବେ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ସେ ଦୀପାବଳି ଭାବେ ଏହାକୁ ପାଳନ କରିଥିଲେ । କାରଣ ତାଙ୍କ ଆଖପାଖ ଅଞ୍ଚଳର ଲୋକମଧ୍ୟ ବାଣ ଫୁଟାଇଥିଲେ ।

   Related Posts