Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିଜେଡି ଛାଡିଲେ ଡାକ୍ତର ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ

16/03/2019 at 4:09 PM

ଭୁବନେଶ୍ବର ୧୬|୩ : ବିଜେଡି ଛାଡିଲେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ । ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି । ବାପାଙ୍କ ସମର୍ଥନରେ ଦଳ ଛାଡିଥିବା ସେ କହିଛନ୍ତି । ଝିଅ ହିସାବରେ ତାଙ୍କ କର୍ତ୍ତବ୍ୟ ସେ କରିଛନ୍ତି ବୋଲି କହିଛନ୍ତି ।

ତେବେ ଗତ ୧୪ତାରିଖରେ ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ଆଜି ତାଙ୍କ ଝିଅ ପ୍ରିତିନନ୍ଦା ବିଜେଡିରୁ ଇସ୍ତଫା ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରିତିନନ୍ଦା ବାପା ଦାମ ରାଉତଙ୍କ ରାସ୍ତା ଅନୁସରଣ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଛି । ସେ ମଧ୍ୟ ବିଜେପିରେ ଯୋଗଦେବା ନେଇ ଏକ ପ୍ରକାର ଚର୍ଚ୍ଚା ହେଉଛି । ବିଏମସିର ପୂର୍ବତନ କର୍ପୋରେଟର ଥିଲେ ଦାମଙ୍କ ଝିଅ ପ୍ରିତିନନ୍ଦା ।

   Related Posts