Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

‘ଭିକ ମାଗିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ’ : ବେଙ୍ଗଲ ବିଜେପି ମୁଖ୍ୟ ଦିଲୀପ ଘୋଷ

25/07/2021 at 10:12 PM

କୋଲକାତା ୨୫/୦୭ : ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ ପୁଣି ଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରୀୟ ଉତ୍ସଗୁଡିକୁ ଦୂରୁପଯୋଗ କଲେ ଏବେ ପୁଣି ପ୍ରଧାନମନ୍ତ୍ରୀଙ୍କ ସହିତ ଭେଟ କରିବାକୁ ଚାହୁଁଛନ୍ତି । ହାତ ଯୋଡି କେନ୍ଦ୍ରୀୟ ସହାୟତା ପାଇଁ ଭିକ ମାଗିବାକୁ ଚେଷ୍ଟା କରୁଛନ୍ତି ଦିଦି ।’

ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ଏଭଳି ବୟାନ ପରେ ପ୍ରତିକ୍ରିୟା ପ୍ରକାଶ କରିଛି ସତ୍ତାରେ ଥିବା ତୃଣମୂଳ କଂଗ୍ରେସ । ଦଳ ପକ୍ଷରୁ ଏ ନେଇ କଡା ପ୍ରତିକ୍ରିୟା ପ୍ରକଶ କରିବା ସହିତ ଦିଲୀପ ଘୋଷଙ୍କୁ ପ୍ରଥମେ ସଙ୍ଘୀୟ ବ୍ୟବସ୍ଥାର ବାବଦରେ ଜ୍ଞାନ ହେବା ଆବଶ୍ୟକ ବୋଲି କହିଛି । ଯେକୌଣସି ରାଜ୍ୟର ପ୍ରମୁଖ ସର୍ବଦା ପ୍ରଧାନମନ୍ତ୍ରୀଙ୍କୁ ଭେଟ କରିପାରିବେ ।

ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଦିଲୀପ ଘୋଷ ଅଭିଯୋଗ କରିଛନ୍ତି ଯେ, ତୃଣମୂଳ କଂଗ୍ରେସ ସଦସ୍ୟମାନେ ରାଜ୍ୟ ରାଜକୋଷରୁ ଟଙ୍କା ଉଠାଇ ନେଇଛନ୍ତି । ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ବିଷୟରେ ପଚରାଯିବାରୁ ବିଜେପି ନେତା କହିଛନ୍ତି ଯେ ସେ  କେନ୍ଦ୍ର ଆବଣ୍ଟିତ ଅର୍ଥର ଅପବ୍ୟବହାର କରିଛନ୍ତି ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ଯାହାଫଳରେ ହାତ ଯୋଡି କେନ୍ଦ୍ରୀୟ ସହାୟତା ମାଗି ପାରିବେ କାରଣ ପଶ୍ଚିମବଙ୍ଗ ଏକ ପ୍ରକାର ଦେବାଳିଆ ହୋଇଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ବାନାର୍ଜୀ ସରକାରଙ୍କ ଦୁର୍ନୀତି ଯୋଗୁଁ ପଶ୍ଚିମବଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ରାଜ୍ୟର ଆର୍ଥିକ ଅବସ୍ଥା ଖରାପ ହେବା ଏବଂ ତୃଣଭୂଳ କଂଗ୍ରେସରେ ଆରମ୍ଭ ହୋଇଥିବା ଗୋଷ୍ଠୀ କନ୍ଦଳ ଏବେ ଉଗ୍ର ରୂପ ଧାରଣ କରିଛି । ଦିଦି ଜାଣି ସାରିଲେଣି ଯେ ୨୦୨୪ରେ ହେବାକୁ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେ ରାଜ୍ୟ ଚଳାଇ ପାରିବେ ନାହିଁ ।

ବିଜେପି ରାଜ୍ୟ ସଭାପତିଙ୍କ ବୟାନକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରି ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ଦିଲୀପ ଘୋଷ ଏଭଳି ଫମ୍ପା ଟିପ୍ପଣୀ ଦେବାରେ ମାହିର । ସେ ସଂଘବାଦ ବିଷୟରେ ବେଶ ଭଲ ଭାବରେ ଜାଣିଛନ୍ତି ଯେଉଁଠାରେ ରାଜ୍ୟର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିବେ । ଦିଲୀପ ଦା ଙ୍କୁ ପ୍ରଥମେ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ ଏବଂ ପରେ ବୟାନ ଦେବା ଆବଶ୍ୟକ । ଏହା ସହିତ କୁନାଲ ଘୋଷ କହିଛନ୍ତି ତୃଣମୂଳ କଂଗ୍ରେସ ଶାସନ ସମୟରେ ପଶ୍ଚିମବଙ୍ଗର ରାଜସ୍ୱ ବୃଦ୍ଧି ପାଇଛି।

   Related Posts