Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌
  • ||
  • ଦେଶରେ କରୋନା ସଂକ୍ରମଣ ହ୍ରାସ ପରେ ପୁଣି ବୃଦ୍ଧି, ଗତ ୨୪ଘଣ୍ଟାରେ ୧୫,୨୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||

ମସୁଦ ଅଜହରର ମୁଣ୍ଡ ବଦଳରେ ୫୧ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ବିଜେପି ନେତା

19/02/2019 at 4:06 PM

କାଶ୍ମୀର ୧୯/୨ : ପୁଲବାମା ଆତଙ୍କୀ ହମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା | ବିଜେପି ନେତା ତଥା ବିଜେପିର ବ୍ୟବସାୟ ପ୍ରକୋଷ୍ଠର ସଂଚାଳକ ବିନୀତ ଅଗ୍ରୱାଲ ପାକିସ୍ତାନ ଆତଙ୍କବାଦୀ ମସୁଦ ଅଜହରର ମୁଣ୍ଡ କାଟି ଭାରତକୁ ଆଣିବା ବ୍ୟକ୍ତିଙ୍କୁ ୫୧ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି | ଏଥିରୁ ୧୧ ଲକ୍ଷ ବିଜେପି ନେତା ନିଜ ପକେଟରୁ ଦେବେ ଏବଂ ବାକିତକ ୪୦ ଲକ୍ଷ ଜନତାଙ୍କ ଠାରୁ ଏକତ୍ରିତ କରିବେ ବୋଲି କହିଛନ୍ତି |

ବିନୀତ ଅଗ୍ରୱାଲ ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥାନ୍ତି | ୪୨ ଯବାନ ସହିଦ ହେବା ଘଟଣାରେ ପୁରା ଦେଶ ଶୋକ ପ୍ରକାଶ କରିଛି | ଦେଶବାସୀ କ୍ରୋଧିତ ହୋଇ ରହିଛନ୍ତି | ସେ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ବିଶ୍ୱାସ ଅଛି ଯେ, ସେ ପାକିସ୍ତାନକୁ ଏହି ଆକ୍ରମଣର ମୁହଁ ତୋଡ ଜବାବ ଦେବେ | ବିନୀତ ଅଗ୍ରୱାଲଙ୍କ ଅନୁସାରେ, ବିଜେପି ପ୍ରକୋଷ୍ଠ ଦ୍ୱାରା ବ୍ୟବସାୟୀଙ୍କ ଧନ ଏକତ୍ର କରି ସେହି ରାଶିକୁ ସହିଦଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଯୋଗେଇ ଦିଆଯିବ |

   Related Posts