ବିଜେଡିରୁ ପ୍ରାର୍ଥୀ ହୋଇଥିବା ପୁଅ ସମ୍ବିତଙ୍କ ପାଇଁ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କଲେ ବିଜେପି ନେତା ଦାମୋଦର ରାଉତ

Published By : Prameya-News7 Bureau | April 06, 2019 IST

ଭୁବନେଶ୍ବର ୬|୪ : ଆଗେ ମାଟି ପରେ ପାର୍ଟି । ପୁଅ ପାଇଁ ବିଜେଡି କର୍ମୀଙ୍କୁ ଦାମଙ୍କ ଅନୁରୋଧ ଚର୍ଚ୍ଚା ପ୍ରସଙ୍ଗରେ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ । ବାଲିକୁଦା-ଏରସମା ପାଇଁ ସୋମବାର ସେ ନାମାଙ୍କନ ଦାଖଲ କରିବେ । ସେ ପୁଅ ପାଇଁ ପ୍ରଚାର କରିବେ ନାହିଁ । ବରଂ ଜଗତସିଂହପୁରରେ ନିଜ ଦଳ ପାଇଁ  ପ୍ରଚାର କରିବେ ବୋଲି କହିଛନ୍ତି ।

ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏବେ ବାଲିକୁଦା ଏରସମାରେ ବିଜେପିର ବିଧାୟକ ପ୍ରାର୍ଥୀ । କିନ୍ତୁ ତାଙ୍କ ପୁଅ ସମ୍ବିତ ରାଉତ ପାରାଦୀପରେ ବିଜେଡି ପ୍ରାର୍ଥୀ । ଗୁରୁବାର ରାତିରେ ଦାମୋଦରଙ୍କ ତିର୍ତ୍ତୋଲ ଘରେ ବିଜେଡି ନେତାଙ୍କ ସହ ଦାମୋଦରଙ୍କ କଥାବାର୍ତ୍ତାର ଖବର ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦାମ ପୁଅ ପାଇଁ ପ୍ରଚାର କରିବ ନାହିଁ ବୋଲି ସିଧା ସିଧା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.