Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||

ହୋମଗାର୍ଡ ଯବାନଙ୍କୁ ୨୦୦ ମିଟର ଘୋଷାଡ଼ି ନେଇଗଲା ବିଜେପି ନେତାଙ୍କ କାର

25/06/2019 at 4:44 PM

ରେବାଡ଼ି ୨୫/୬ : ହରିୟାଣା ରେବାଡ଼ିରେ ବିଜେପି ନେତାଙ୍କ ଏସୟୁବି କାର ରାସ୍ତାରେ ଭୁଲ ଦିଗରେ ଯାଉଥିବା ଦେଖି ଜଣେ ହୋମଗାର୍ଡ ତାଙ୍କୁ ଅଟକାଇବା ଚେଷ୍ଟା କରିଥିଲେ । କାରକୁ ଅଟକାଇବାକୁ ଯାଇ ହୋମଗାର୍ଡ କାରର ବନେଟ୍ ଉପରେ ଚଢ଼ିଗଲେ । ତଥାପି କାର ଚାଳକ ଗାଡି ଅଟକାଇନଥିଲେ । ହୋମଗାର୍ଡ ବନେଟ୍ ଉପରେ ଚଢିଥିବା ସତ୍ୱେ କାର ଚାଳକ କାରଟି କୁ ୨୦୦ ମିଟର ଆଗକୁ ନେଇଯାଇଥିଲେ । ଫଳରେ ହୋମଗାର୍ଡ କାର ସହ ଘୋଷାଡି ହୋଇଯାଇଥିଲେ ।

ଘଟଣା ସୋମବାର ଦିନ ଘଟିଥିଲା । ବିଜେପି ନେତା ସତୀଶ ଖୋଲା ସେତେବେଳେ ଗାଡିରେ ଥିଲେ । ପ୍ରତ୍ୟକ୍ଷଦର୍ଶୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରତ୍ୟେକ୍ଷଦର୍ଶୀ ନିଜ ନିଜ ମୋବାଇଲରେ ଘଟଣାକୁ ରେକର୍ଡ କରିଛନ୍ତି । କିଛି ଲୋକ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୋଲା କହିଛନ୍ତି ଯେ, ସେ ଜାଣିଶୁଣି ଏହିଭଳି କରିନାହାନ୍ତି । ଯାହା ହୋଇଥିଲା ତାହା ଅଜାଣତରେ ହୋଇଥିଲା । 

   Related Posts