ଯଥାଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେଉ : ବିଜୟ ମହାପାତ୍ର

Published By : Prameya-News7 Bureau | April 20, 2019 IST

ଭୁବନେଶ୍ବର ୨୦|୪: ପାଟକୁରାର ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି ଯେ, ବେଦପ୍ରକାଶଙ୍କ ସହ ତାଙ୍କର ପୁରୁଣା ସଂପର୍କ ରହଥିଲା । ତାଙ୍କ ସହ ପାରିବାରିକ ସଂପର୍କ ମଧ୍ୟ ଥିଲା । ତାଙ୍କ ମୃତ୍ୟୁରେ ସେ ତାଙ୍କ ପରିବାରବର୍ଗଙ୍କୁ ସମବେଦନ ଜଣାଇଛନ୍ତି । ଗୋଟିଏ ଦଳରେ ସେମାନେ ଏକାଠି କାମ କରିଛନ୍ତି । ତାଙ୍କ ବିୟୋଗରେ ସେ ମର୍ମାହତ ବୋଲି ବିଜୟ କହିଛନ୍ତି । ନିର୍ବାଚନ ଲଢିବା ପାଇଁ ସେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତିନି ମାସ ଧରି ସେ ଚିକିତ୍ସିତ ହେଉଥିଲେ ।

ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ତାଙ୍କର ଦେହାନ୍ତ ହୋଇଥିବାରୁ ପରବର୍ତ୍ତୀ ନିର୍ବାଚନ ପ୍ରକ୍ରିୟା କଣ ହେବ ସେ ସଂପର୍କରେ ନିର୍ବାଚନ କମିଶନ ସ୍ଥିତ କରିବେ । ଆଇନର ପ୍ରକ୍ରିୟା ଅନୁସାରେ ଯେତେଶୀଘ୍ର ନିର୍ବାଚନ କରିବା ନିର୍ବାଚନ କମିଶନଙ୍କ ଦାୟିତ୍ବ ବୋଲି ବିଜୟ ମହାପାତ୍ର କହିଛନ୍ତି । ଯେତେଶୀଘ୍ର ରିଟର୍ଣ୍ଣିଂ ଅଫିସର ନିର୍ବାଚନ କମିଶନଙ୍କୁ ଏ ସମ୍ପର୍କରେ ଜଣାଇବା ଉଚିତ୍ ବୋଲି ସେ କହିଛନ୍ତି । ତାପରେ ନିର୍ବାଚନ କମିଶନ ନିର୍ବାଚନର ଏକ ସ୍ବତନ୍ତ୍ର ତାରିଖ ଧାର୍ଯ୍ୟ କରିବେ । ଯେତେଶୀଘ୍ର ନିର୍ବାଚନ ତାରିଖ ଘୋଷାଣ ହେବା ଦରକାର ବୋଲି ବିଜୟ କହିଛନ୍ତି ।

{"id":105212}

ସୂଚନାଯୋଗ୍ୟ ଯେ, ଆଜି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି ।

ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ନେତା ବେଦ ପ୍ରକାଶ ଅଗ୍ରଓ୍ବାଲ ଏବଂ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ମଧ୍ୟ ଟକ୍କର ହେବ ବୋଲି ଶୁଣାଯାଉଥିଲା । ମାତ୍ର ଏବେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ବିଜୟ ପାଟକୁରା ଆସନରେ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ବେଳେ ଦୀର୍ଘ ଦିନ ପରେ ବିଧାନସଭାକୁ ଫେରିବାର ଆଶା ରଖିଥିଲେ । ଏବେ ସେଥିରେ ସମସ୍ୟା ଭାବେ ଛିଡା ହୋଇଛି ବେଦପ୍ରକାଶଙ୍କ ପରଲୋକ ।ଏପରିକି ବିଜୟଙ୍କ ଭାଗ୍ୟ ତାଙ୍କ ସାଥ୍ ଦେଉନଥିବା ଚର୍ଚ୍ଚା ବି ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.