ପୁରୀ ଉଚ୍ଛେଦ ପ୍ରସଙ୍ଗ ନେଇ ବିଜୟ ମହାପାତ୍ର କହିଲେ ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିଛନ୍ତି ସରକାର

Published By : Prameya-News7 Bureau | September 04, 2019 IST

ପୁରୀ ୪।୯: ପୁରୀରେ ମଠ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଏହା ସରକାରଙ୍କ ଦିଗହରା ନିଷ୍ପତ୍ତି । ଏଥିରୁ ବାହାରିବାକୁ ସରକାର ବାଟ ପାଉନାହାନ୍ତି । ଗତ ସପ୍ତାହେ ହେଲାଣି ସରକାର ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିଛନ୍ତି । ସରକାରଙ୍କ କୌଣସି ସାମ୍ବିଧାନିକ କି ନୈତିକ ଅଧିକାର ନାହିଁ ପୁରୀକୁ ଆତଙ୍କବାଦୀ ଶିବିର ଭଳି କରିବା ।

ପୁରୀର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣକୁ ସମସ୍ତେ ସମର୍ଥନ କରିବେ । ୫୦ ପ୍ଲାଟୁନ୍ ଫୋର୍ସ ଓ ୨୨ଟି ବୁଲଡୋଜରର କଣ ଆବଶ୍ୟକତା ଅଛି । ଏହି ଆଲୋଚନା ଭଙ୍ଗା କାର୍ଯ୍ୟ ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା । ବି.ପି. ଦାସ କମିଶନଙ୍କ ରିପୋର୍ଟ ଆଧାରରେ ଉଚ୍ଛେଦ କଥା କହୁଛନ୍ତି । କିନ୍ତୁ ଏହା କମିଶନଙ୍କ ଅନ୍ତରୀଣ ରିପୋର୍ଟ । ଫାଇନାଲ ରିପୋର୍ଟ ଦେବା ପୂର୍ବରୁ କମିଶନଙ୍କୁ ଛୁଟି କରି ଦିଆଗଲା ।

ନବକଳେବର ବେଳେ ୫୦୦ କୋଟି ଖର୍ଚ୍ଚ ହୋଇଥିଲା, ତାର ହିସାବ ଏପର୍ଯ୍ୟନ୍ତ ଦେଲେନି । ଶ୍ରୀମନ୍ଦିରର ଆନୁଆଲ୍‌ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେଉନି । ସେ ଟଙ୍କା କିଭଳି ଖର୍ଚ୍ଚ ହେଉଛି, ଯଦି ଠିକ୍ ଖର୍ଚ୍ଚ ହେଉଥାନ୍ତା ତାହାଲେ ବଡଦାଣ୍ଡରେ ପାଣି ଜମିନଥାନ୍ତା । ଲୋକେ ଖାଲି ତ୍ୟାଗ କରିବେ ତମେ ଲୁଟ୍ କରିବ ସେକଥା ଚଳିବନି ବୋଲି ବିଜୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.