Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର : ବିଜୟ ମହାପାତ୍ର

23/04/2021 at 2:20 PM

ଭୁବନେଶ୍ବର ୨୩।୪: ରାଜ୍ୟରେ ଟେଷ୍ଟିଂ ବଢାଇବାକୁ ପରାମର୍ଶ ଦେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।  ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ବିଜୟ ମହାପାତ୍ର । କରୋନାକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ସେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତର ୬ଟି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।  ଓଡିଶା ସରକାର ଅକ୍ସିଜେନ ପଠାଇବା ପ୍ରଶଂସନୀୟ ।  ଏଭଳି ସଂକଟଜନକ ସ୍ଥିତିରେ ଟେଷ୍ଟିଂ ବଢ଼ାଯିବା ଦରକାର ବୋଲି ସେ କହିଛନ୍ତି । ଟେଷ୍ଟିଂ କିଟର ଉତ୍କଟ ଅଭାବ ଯୋଗୁଁ ଟେଷ୍ଟିଂ ଆଗକୁ ଯାଇପାରୁନି । ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନେ ଟେଷ୍ଟିଂ କିଟ୍ ଓ ପିପିଇ କିଟ୍ ପରିମାଣ ବଢ଼ାନ୍ତୁ ଓ ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ।

ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତରେ ଶହେ ଗଳାବାଟ ଅଛି । ତେଣୁ ସବୁ ବାଟକୁ ଜଗିବା ଦରକାର । ପଶ୍ଚିମବଙ୍ଗ ପ୍ରସଙ୍ଗକୁ ଗୁରୁତର ସହ ନେବା ଦରକାର । ପୋଲିସ ମୋବାଇଲ ଭ୍ୟାନ୍ ଅଧିକ କରାଯିବା ଦରକାର। ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଜିଲ୍ଲାରେ ମୋବାଇଲ ଭ୍ୟାନ ଅଧିକ ବୁଲିବା ଦରକାର। ସବୁ ଷ୍ଟେସନରେ ରେଳ ନ ରହୁ । ଆଇଜି ସ୍ତରର ଅଫିସର ମୁତୟନ କରାଯାଉ ।

ପ୍ରବାସୀଙ୍କ ସମସ୍ୟା ବଢ଼ିଛି । ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟରେ ଓଡିଆ ଲୋକଙ୍କର ଦୟନୀୟ ଭାବେ ମୃତ୍ୟୁ ହେଉଛି । ବେଡ୍ ନାହିଁ କି ଚିକିତ୍ସା ମିଳୁନି । ତେଣୁ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀଙ୍କ ପାଇଁ ଥିବା ୪ଟି ଓଡିଶା ଭବନକୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଭାବେ ବ୍ୟବହାର କରାଯାଉ । ଟୋଲ ଫ୍ରି ନମ୍ବର ଜାରି କରାଯାଉ ଓ ସହଯୋଗ ଦିଆଯାଉ । ସୀମାନ୍ତ ଜିଲ୍ଲାରେ ମୋବାଇଲ ଟେଷ୍ଟିଂ ଭ୍ୟାନ ଜରିଆରେ ଟେଷ୍ଟିଂ କରାଯାଉ। କରେନା ଯୋଦ୍ଧାଙ୍କ ସ୍ପୃହା କମିଛି । ତେଣୁ ସେମାନଙ୍କ ପାଇଁ ଇନସେଣ୍ଟିଭ ବ୍ୟବସ୍ଥା କରାଯାଉ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବା ସହ ଟିକା ଦିଆଯାଉ।

   Related Posts