ବିଜେପି ନେତା ଉଲଂଘନ କଲେ ଲକ୍ ଡାଉନ୍ ! ଶୋକସଭାରେ ହୋଇଥିଲେ ସାମିଲ

Published By : Prameya-News7 Bureau | April 09, 2020 IST

ମୁଜାଫରନଗର ୯।୪: ଉତ୍ତରପ୍ରଦେଶ ମୁଜାଫରନଗର କବ୍ସା ସିସୌଲି ସହରରେ ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଲୋକଙ୍କୁ ଘରୁ ବାହାରକୁ ନଯିବାକୁ ଅନୁରୋଧ କରି ଭୌରାକଲାଂ ପୋଲିସ ପ୍ରାୟ ଶହେ ଘରର କବାଟରେ କ୍ବାରେଣ୍ଟାଇନ୍ ନୋଟିସ୍ ଲଗାଯାଇଛି ।

ବିକେୟୁ ସୁପ୍ରିମୋ ଚୌଧୁରୀ ନରେଶ ଟିକାୟତ କହିଛନ୍ତି ଯେ ଏହା ଆମ ଅଞ୍ଚଳ ପାଇଁ ଦୁର୍ଭାଗ୍ୟର ବିଷୟ ଯେ ସିସୌଲିରେ ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚୌଧୁରୀ ନରେଶ ଟିକାୟତ କହିଛନ୍ତି ଯେ ମୁଁ ଏହି ମହିଳାଙ୍କ ଘର ନିକଟକୁ ଅପ୍ରେଲ ୬ରେ ଏକ ଶୋକ ସଭାରେ ଯୋଗଦେବାକୁ ଯାଇଥିଲି, ଯେଉଁଠାରେ ଏହି ମହିଳାଙ୍କ ସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ । ତେଣୁ ମୁଁ ନିଜକୁ କ୍ବାରେଣ୍ଟାଇନ୍ କରିଛି । ମୁଁ ସହରବାସୀଙ୍କୁ ନିବେଦନ କରୁଛି ଯେ ଯେଉଁମାନେ ଏହି ମହିଳାଙ୍କ ସ୍ବାମୀଙ୍କ ସହ ମିଶିଛନ୍ତି କିମ୍ବା ଅପ୍ରେଲ ୬ରେ ହୋଇଥିବା ଶୋକସଭାରେ ଉପସ୍ଥିତ ଥିଲେ ସେମାନେ ନିଜକୁ କ୍ବାରେଣ୍ଟାଇନ୍ କରିବା ଉଚିତ୍।

ଅପ୍ରେଲ ୬ରେ କରୋନା ପଜିଟିଭ ମହିଳାଙ୍କ ଘର ସାମ୍ନାରେ ଥିବା ଘରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ଏବଂ ଅପ୍ରେଲ ୫ରେ ବୁଢାନା ବିଧାୟକ ଉମେଶ ମଲିକ ତାଙ୍କ କର୍ମୀଙ୍କ ସହ ଦୁଃଖ ପ୍ରକାଶ କରିବା ପାଇଁ ସିସୌଲିରେ ପହଞ୍ଚିଥିଲେ । ଏହାପୂର୍ବରୁ ବିଧାୟକ ଉମେଶ ମଲି ଭୌରାଂକଲା ଗାଁରେ ଯେଉଁ ତିନି ଶିଶୁଙ୍କର ମୃତ୍ୟୁ ହୋଇଥିଲା ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଥିବା ୧,୨୦୦,୦୦୦RTGS ବିଷୟରେ ଜଣାଇବାକୁ କର୍ମୀଙ୍କ ସହ ପହଞ୍ଚିଥିଲେ ।

ବର୍ତ୍ତମାନ ବିଧାୟକ ଏବଂ ଅନ୍ୟ ବିଜେପି ନେତା ଯେଉଁମାନେ ଅପ୍ରେଲ ୫ କିମ୍ବା ୬ରେ ଶୋକସଭା କିମ୍ବା ତା ପୂର୍ବରୁ ଦୁଃଖ ପ୍ରକାଶ କରିବା ପାଇଁ ଯାଇଥିଲେ ସେମାନେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି ।ବୁଢାନା ବିଧାୟକ ଉମେଶ ମଲିକ, ବିଜେପି ନେତା ବାବୁରାମ ମଲିକ, ବିଜେନ୍ଦ୍ର ମାଷ୍ଟର ନିତିନ, ଅନୁଜ ହଡୌଲି, ମଣ୍ଡଳ ଅଧ୍ୟକ୍ଷ ଯଶପାଲ, ବିଟୁ ପଟୱାରୀ, ସଂଘୀ ପୁରଷୋତ୍ତମ, ବିଜେପି ନେତା ରଜନୀଶ ସାବତୁ, ବିଜେପି ଋଷିପାଲ ମାଷ୍ଟର, କରଣ ସିଂହ ଆଦି ସାମିଲ ଅଛନ୍ତି ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ କରାଯିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.