Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଡ୍ରଗ୍ସ କାରବାରରେ ଜଡ଼ିତ ସେଲିବ୍ରିଟିଙ୍କ ଉପରେ ବର୍ଷିଲେ ବିଜେପି ନେତା ରାମଦାସ, କହିଲେ- ଏମିତି କଳାକାରଙ୍କୁ ଫିଲ୍ମ ମିଳିବା କଥା ନୁହେଁ

26/09/2020 at 5:28 PM

ନୂଆଦିଲ୍ଲୀ ୨୬/୦୯: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଡ୍ରଗ୍ସ ଲିଙ୍କରେ ପହଞ୍ଚିବା ପରେ ଏନସିବି ତଦନ୍ତ ଜୋର ଧରିଲା। ବଲିଉଡର ଆଗଧାଡିର ଅଭିନେତା ଅଭିନେତ୍ରୀ ଡ୍ରଗ୍ସ ମାମଲାରେ ସାମିଲ ଥିବା ଜଣାପଡୁଛି। ଏନସିବି ତଦନ୍ତ ଆଗକୁ ବଢ଼ିବା ସହ ଦୀପିକା, ପାଦୁକୋନ, ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ସିଂହଙ୍କ ଆଦି ନାଁ ମଧ୍ୟ ଏହି ମାମଲାରେ ସାମିଲ ହେଲା। ତେବେ ଏ ମାମଲାକୁ ନେଇ କେନ୍ଦ୍ର ମନ୍ତ୍ରୀ ରାମଦାସ ଉଠାବଲେ ପ୍ରଶ୍ନ ଉଠାଇଛନ୍ତି।

ଡ୍ରଗ୍ସ କାରାବାର ବନ୍ଦ କରିବା ଦିଗରେ କଟକଣା ଲଗାଇବା ଯଥେଷ୍ଟ ଆବଶ୍ୟକତା ଅଛି ବୋଲି କହିଛନ୍ତି ଉଠାବଲେ। ଏହା ସହ ଡ୍ରଗ୍ସ ସହ ଜଡ଼ିତ ସେଲିବ୍ରିଟିଙ୍କ ଉପରେ ଖୁବ୍ ବର୍ଷିଛନ୍ତି। କହିଛନ୍ତି ଡ୍ରଗ୍ସ ମାମଲାରେ ସଂପୃକ୍ତ କଳାକାରଙ୍କୁ ଫିଲ୍ମ ପ୍ରଯୋଜକମାନେ କାମ ଦେବା କଥା ନୁହେଁ। ଉଠାବଲେ ସେମାନଙ୍କୁ ଶାଣିତ ସ୍ବରରେ କହିଛନ୍ତି ଫିଲ୍ମ ନିର୍ମାତା ଯଦି ଏଭଳି ନ କରିବେ ତେବେ ଆରପିଆଇ କାର୍ଯ୍ୟକର୍ତା ଏହାକୁ ବିରୋଧ କରି ସୁଟିଂ ବନ୍ଦ କରିବାକୁ ପହଞ୍ଚି ଯିବେ।

ଏହା ସହ ଦିଶା ସାଲିଆନା ମାମଲାର ତଦନ୍ତ ସିବିଆଇ କରିବାକୁ ଦାବି କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନା ଜୁନ ୮ରେ ତାଙ୍କ ଘରେ ହୋଇଥିବା ପାର୍ଟିରେ ଚିନ୍ତାରେ ଥିଲେ। ଏ ଦୃଷ୍ଟିରୁ ସିବିଆଇକୁ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ଦରକାର।

ବିଜେପି ନେତା ରାମଦାସ କହିଛନ୍ତି ସୁଶାନ୍ତ ମୃତ୍ୟୁ ପରେ ଏନସିବି ତଦନ୍ତରେ ବଲିଉଡର ଲଜ୍ଜ୍ୟାଜନକ ଚେହେରା ସାମ୍ନାକୁ ଆସିଛି। ଅଭିନେତା, ଅଭିନେତ୍ରୀଙ୍କ ସହ ନିର୍ମାତା ଓ ନିର୍ଦେଶକଙ୍କ  ନାଁ ମଧ୍ୟ ସାମ୍ନାକୁ ଆସିବା ଦରକାର। ଏହା ସହ ସେ କହିଛନ୍ତି ସୁଶାନ୍ତ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କ ନାଁ ଖୁବଶୀଘ୍ର ସାମ୍ନାକୁ ଆସିବା ଉଚିତ।

   Related Posts