ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଉଦ୍ୟମ, ତୃଣମୂଳ କଂଗ୍ରେସ ଉପରେ ଆଣିଲେ ଅଭିଯୋଗ
4/01/2021 at 9:40 AM

କୋଲକାତା ୪।୧: ପଶ୍ଚିମବଙ୍ଗରେ ଆଗାମୀ ନିର୍ବାଚନକୁ ନେଇ ଦେଖାଦେଇଛି ରାଜନୈତିକ ହିଂସାକାଣ୍ଡ । ଆକ୍ରମଣର ଶିକାର ହେଉଛନ୍ତି ରାଜନୈତିକ ଦଳର ନେତାମାନେ । ପଶ୍ଚିମବଙ୍ଗର ଅସନସୋଲ ଜିଲ୍ଲାର ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା କୃଷ୍ଣେନ୍ଦୁ ମୁଖାର୍ଜୀ ଆକ୍ରମଣର ଶିକାର ହୋଇଛନ୍ତି ।

ସୂଚନନାଯୋଗ୍ୟ ଯେ, କୃଷ୍ଣେନ୍ଦୁ ରବିବାର ରାତିରେ କୋଲକାତାରୁ ଅସନସୋଲ ଜିଲ୍ଲା ସ୍ଥିତ ତାଙ୍କ ଘରକୁ ଫେରିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ । ତେବେ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କୃଷ୍ଣେନ୍ଦୁ । ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗୁଳି ଚାଳନା କରି ଫେରାର ହେଉଥିବା ଦୁର୍ବୃତ୍ତକୁ ଏଥିରେ ଦେଖିବାକୁ ମିଳିଛି ।

ସେପଟେ ବିଜେପି ନେତା କୃଷ୍ଣେନ୍ଦୁ କହିଛନ୍ତି ଏହା ତୃଣମୂଳ କଂଗ୍ରେସ ଦଳର କାମ । ସେମାନେ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।