ମେଡିକାଲରେ ଗୁଣ୍ଡା ଗର୍ଦି ପଡିଲା ମହଙ୍ଗା : ବିଜେପି ନେତା ତଥା ବଡଚଣା ଉପାଧ୍ୟକ୍ଷାଙ୍କ ସ୍ବାମୀ ଗିରଫ

Published By : Prameya-News7 Bureau | September 17, 2021 IST

ଚଣ୍ଡିଖୋଲ ୧୭।୯: ମେଡିକାଲରେ ଗୁଣ୍ଡା ଗର୍ଦି କରିବା ପଡିଲା ମହଙ୍ଗା । ଗିରଫ ହେଲେ ବିଜେପି ନେତା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ବିଜେପି ନେତା ଯଶଦୀପ୍ତ ସାମଲ ଓ ସହଯୋଗୀ ଅଧୀର ଜେନାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଯଶୋଦୀପ୍ତ ଓ ତାଙ୍କ ସହଯୋଗୀ ଗୋପାଳପୁର ମେଡିକାଲରେ ପଶି କିଛି ସ୍ବାସ୍ଥ୍ୟ କର୍ମୀଙ୍କୁ ଆଶାଳୀନ ବ୍ୟବହାର କରିବା ସହ ମାରପିଟ କରିଥିବା ନେଇ ମେଡିକାଲ ଅଧିକାରୀ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିଚନ୍ଦ୍ରପୁର ପୋଲିସ ଅଭିଯୋଗ ଆଧାର କରି ଶୁକ୍ରବାର ଯଶୋଦୀପ୍ତ ସାମଲ ଓ ତାଙ୍କ ସହଯୋଗୀ ଅଧର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଜେପି ନେତା ଯଶୋଦୀପ୍ତ ସାମଲଙ୍କ ପତ୍ନୀ ବଡ଼ଚଣା ବ୍ଲକର ଉପାଧ୍ୟକ୍ଷା ଅଟନ୍ତି । ଯଶୋଦୀପ୍ତ ବଡ଼ଚଣା ବିଜେପିର ଜଣେ ଆଗ ଧାଡ଼ିର ନେତା ହୋଇଥିବା ବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ସହ ଦେଖିବାକୁ ମିଳିଥିଲା । ହେଲେ ବିଜେପି ନେତାଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.