Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମମତାଙ୍କୁ ଧକ୍କା ମାରିଥିବା ଲୋକଙ୍କୁ ସାଟେଲାଇଟ୍ ଜରିଆରେ ଚିହ୍ନଟ କରାଯାଉ, ବିଜେପି ନେତାଙ୍କ ଅଜବ ଦାବି

11/03/2021 at 9:31 PM

କୋଲକାତା ୧୧।୦୩: ନନ୍ଦିଗ୍ରାମରେ ବିଧାନସଭା ନିର୍ବାଚନ ସମୟରେ ଗତ ସନ୍ଧ୍ୟାରେ ଅଜଣା ଲୋକଙ୍କ ଧକ୍କାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଦରେ ଆଘାତ ଲାଗିଛି। ଏହି ଘଟଣାରେ ବିଜେପିର ହାତ ରହିଥିବା ମମତାଙ୍କ ଅଭିଯୋଗ ପରେ ରାଜ୍ୟରେ ନିର୍ବାଚନୀ ତାତି ଆହୁରି ସରଗରମ ହୋଇ ଉଠିଛି।

ବିରୋଧୀ ଦଳ ନେତା ମମତା ନାଟକ କରୁଥିବା ଏବଂ ମିଛ କହୁଥିବା ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ବିଜେପି ଉପ ସଭାପତି ଅର୍ଜୁନ ସିଂହ ମମତାଙ୍କ ଉପରେ ଆରୋପ ଲଗାଇ ଆକ୍ଷେପ କରିଛନ୍ତି ଯେ, ଯିଏ ବି ମମତାଙ୍କୁ ଧକ୍କା ମାରିଛି, ସାଟେଲାଇଟ୍ ଜରିଆରେ ତାକୁ ଚିହ୍ନଟ କରାଯାଉ।

ସେ କହିଛନ୍ତି, ମମତା ବାନାର୍ଜୀଙ୍କୁ ପାଦରେ ନିଶ୍ଚୟ ଆଘାତ ଲାଗିଛି, କିନ୍ତୁ ଏହି ଆଘାତ  ତାଙ୍କୁ ନିଜ ଭୁଲ କାରଣରୁ ଲାଗିଛି। ଏତେ ପୋଲିସଙ୍କ ସୁରକ୍ଷା ଘେରରେ ପୁଣି ତାଙ୍କୁ କିଏ ହମଲା କରିବ ? ଯଦି ଆକ୍ରମଣ ହୋଇଛି ତେବେ ଅପରାଧୀଙ୍କୁ କଣ ପାଇଁ ଧରାଯାଉ ନାହିଁ ? ମୁଁ ଦାବି କରୁଛି ଯେ, ଉପଗ୍ରହ ଚିତ୍ର ଜରିଆରେ ମମତାଙ୍କୁ ଧକ୍କା ମାରିଥିବା ଲୋକଙ୍କ ଚିହ୍ନଟ କରାଯାଉ।

ଏହା ପୂର୍ବରୁ ବୁଧବାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ମମତା ମିଥ୍ୟା କହୁଥିବା କହିଥିଲେ। ସେ କହିଛନ୍ତି, ସହାନୁଭୂତି ପାଇବା ପାଇଁ ସେ ଏମିତି ନାଟକ କରୁଛନ୍ତି। ନନ୍ଦୀଗ୍ରାମରେ ସ୍ଥିତି ମୁସ୍କିଲ ହେଉଥିବା ଦେଖି ସେ ନାଟକବାଜି କରୁଥିବା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।

   Related Posts