ନାଗରିକତା ଆଇନ୍ ସପକ୍ଷରେ ବିଜେପିର ଦେଶବ୍ୟାପୀ ଜନଜାଗରଣ ଯାତ୍ରା, ପଦଯାତ୍ରା କରି ବୁଝାଇଲେ ରାଜ୍ୟ ବିଜେପି ନେତା...

Published By : Prameya-News7 Bureau | January 06, 2020 IST

ଭୁବନେଶ୍ବର୬/୧: ନାଗରିକତା ଆଇନ୍‌ ସପକ୍ଷରେ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଚଳାଇଛି ବିଜେପି। ସୋମବାର କଟକରେ ଆୟୋଜିତ ବିଶାଳ ଶୋଭାଯାତ୍ରା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, କଂଗ୍ରେସ ସମେତ କିଛି ବିରୋଧୀ ତତ୍ବ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ସିଏଏ ବା ନାଗରିକ ସଂଶୋଧନ ଆଇନକୁ ବିରୋଧ କରି କଂଗ୍ରେସ ଦଳ ପାକିସ୍ତାନର ଭାଷା କହୁଛି, ଦେଶରେ ଅଶାନ୍ତି ସୃଷ୍ଟି ପାଇଁ କଂଗ୍ରେସ ହିଁ ଦାୟୀ । …..

{"id":207872,"sizeSlug":"large"}

CAA ବା ନାଗରିକ ସଂଶୋଧନ ଆଇନ୍‌ ସପକ୍ଷରେ ବିଜେପିର ଜନଜାଗରଣ ଅଭିଯାନକଟକରେ ବିଶାଳ ଶୋଭାଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁମାନେ ବର୍ଷ ବର୍ଷ ଧରି ଦେଶର ନାଗରିକତା ପାଇବା ପାଇଁ ସଂଘର୍ଷ କରୁଥିଲେ ସେମାନେ ନାଗରିକ ସଂଶୋଧନ ଆଇନ୍‌ ଦ୍ବାରା ଉପକୃତ ହେବେ । କଂଗ୍ରେସ ସମେତ କିଛି ବିରୋଧୀ ତତ୍ବ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ସିଏଏ ବା ନାଗରିକ ସଂଶୋଧନ ଆଇନକୁ ବିରୋଧ କରି କଂଗ୍ରେସ ଦଳ ପାକିସ୍ତାନର ଭାଷା କହୁଛି, ଦେଶରେ ଅଶାନ୍ତି ସୃଷ୍ଟି ପାଇଁ କଂଗ୍ରେସ ହିଁ ଦାୟୀ ।

{"id":207873,"sizeSlug":"large"}

କଟକ କଲେଜଛକରୁ ଆରମ୍ଭ ହୋଇ ବିଜେପିର CAA ଜାଗରଣ ଶୋଭାଯାତ୍ରା ଖାନନଗର ଯାଏଁ ଯାଇଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ସ୍ଥାନୀୟ ନେତା ମଧ୍ୟ ଯୋଗଦେଇଥିଲେ ।

{"id":207874,"sizeSlug":"large"}

ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରିଛନ୍ତି ଓଡ଼ିଶା ସରକାର । ସିଏଏକୁ୍ ନେଇ ରାଜ୍ୟବାସୀଙ୍କ ଭିତରେ କୌଣସି ଦ୍ବନ୍ଦ୍ବ ନରହୁ, ସେଥିଲାଗି ବିଜେପି ଏଭଳି ଜାଗରଣ ଅଭିଯାନ ଚଳାଇଛି । ଆଉ ଆଇନ୍‌ର ପ୍ରକୃତ ଉଦେଶ୍ୟ ବୁଝାଇବାକୁ ଚେଷ୍ଟା କରୁଛି । କଟକରେ ବିଜେପିର  ଏହି ଶୋଭାଯାତ୍ରାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ । ବିଜେପିର ଏହି ବିଶାଳ ଶୋଭାଯାତ୍ରାରେ କଟକ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ସାମିଲ ହୋଇଥିଲେ । ଶୋଭାଯାତ୍ରା ଚାଲିଥିବା ବେଳେ ବାଟରେ ବିଭିନ୍ନ ସଂଗଠନ ଏବଂ ବିଭିନ୍ନ ବର୍ଗର ଲୋକମାନେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତୃମଣ୍ଡଳୀକୁ ସ୍ବାଗତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.