ମମତା ବାନାର୍ଜୀଙ୍କୁ କୋଭିଡ୍-୧୯ ଧମକ ଦେଇଥିବା ବିଜେପି ନେତା ଅନୁପମ ହାଜରାଙ୍କୁ କରୋନା

Published By : Prameya-News7 Bureau | October 02, 2020 IST

କଲିକତା ୦୨/୧୦: ବିଜେପି ନେତା ଅନୁପମ ହାଜରା କରୋନା ଭାଇରସରେ ସଂକ୍ରମିତ। ସେ ଏବେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଅସୁସ୍ଥ ଅନୁଭବ ହେବାରୁ ସେ କରୋନା ଟେଷ୍ଟ କରାଇ ଥିଲେ। ଯାହାର ରିପୋର୍ଟ ପଜିଟିଭ ଆସିଛି। ତେବେ ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି।

କିଛି ଦିନ ତଳେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇ ଥିଲେ। ସେ କହିଥିଲେ ମମତା ବାନାର୍ଜୀ କରୋନାଠାରୁ ଅଧିକ ମାରାତ୍ମକ।ଯଦି ସେ କରୋନାରେ ସଂକ୍ରମିତ ହୁଅନ୍ତି, ମମତା ବାନାର୍ଜୀଙ୍କୁ କୋଳାଗ୍ରତ କରିବେ। ଏ ପାଇଁ ତାଙ୍କ ବିରୋଧରେ ସିଲିଗୁଡ଼ିରେ ମାମଲା ରୁଜୁ କରାଯାଇ ଥିଲା।

ଗତବର୍ଷ ସେ ଟିଏମସିରୁ ବିଜେପିରେ ଯୋଗ ଦେଇଥିଲେ। ଗତ ସପ୍ତାହରେ ସେ ପଶ୍ଚିମବଙ୍ଗର ଜାତୀୟ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳି ଥିଲେ। ସେହି ସମୟରେ ସେ ମାସ୍କ ନ ଲଗାଇ ମମତାଙ୍କ ପ୍ରତି ଏଭଳି ବୟାନ ରଖିଥିଲେ।

ସେ ମମତାଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ କରୋନା ପୀଡ଼ିତଙ୍କ ଚିକିତ୍ସା ସେ ଠିକ୍ ଭାବେ କରୁ ନାହାନ୍ତି। ଏହା ସହ ମୃତକଙ୍କ ଶବକୁ କିରୋସିନ ତେଲରେ ଜାଳୁଛନ୍ତି। ଏଭଳି ବ୍ୟବହାର କେବଳ କୁକର-ବିଲେଇ ସହ କରାଯାଏ। ଏହା ପରେ ଅନେକ ଟିଏମସି ନେତା ତାଙ୍କୁ ଟାର୍ଗେଟ କରିଥିଲେ ଓ ଏଭଳି ମୂଲ୍ୟହୀନ କଥା କେବଳ ଅପରିପକ୍ବ ନେତା ହିଁ କହିଥାନ୍ତି ବୋଲି ହାଜରାଙ୍କୁ କହି ସମାଲୋଚନା କରିଥିଲେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ ଟିଏମସି ଛାଡି ବିଜେପିରେ ଯୋଗ ଦେଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.