ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ବୁଲେଟରେ ଆସି ମୁଣ୍ଡକୁ ଗୁଳି କରି ଫେରାର ହୋଇଗଲା ଅଭିଯୁକ୍ତ

Published By : Prameya-News7 Bureau | January 18, 2019 IST

ମନ୍ଦସୋର ୧୮/୧ : ମଧ୍ୟପ୍ରଦେଶ ମନ୍ଦସୋରର ବରିଷ୍ଠ ବିଜେପି ନେତା ତଥା ନଗରପାଳିକା ଅଧ୍ୟକ୍ଷଙ୍କୁ ଗତ ରାତିରେ ଗୁଳି କରି ହତ୍ୟା କରିଛନ୍ତି କିଛି ଦୁର୍ବୁର୍ତ୍ତ | ହତ୍ୟାକାରୀମାନେ ଏକ ବୁଲେଟରେ ଆସିଥିଲେ | ଦୁର୍ବୁର୍ତ୍ତମାନେ ନେତାଙ୍କୁ ବହୁତ ପାଖରୁ ଗୁଳି କରିଥିଲେ | ଗୁଳି କରିବା ପରେ ବିଜେପି ନେତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା | ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ |

ମନ୍ଦସୋର ଅଂଚଳର ବିପିଏଲ ଚାରିଛକ ନିକଟରେ ଗୁରୁବାର ଦିନ ସନ୍ଧ୍ୟାରେ ଘଟିଥିଲା ଏହି ହତ୍ୟାକାଣ୍ଡ | ସନ୍ଧ୍ୟା ପ୍ରାୟ ୭ଟା ବେଳେ ନଗରପାଳିକା ଅଧ୍ୟକ୍ଷ ପ୍ରହଲ୍ଲାଦ ବନ୍ଦବାର ଜିଲ୍ଲା ସହକାରୀ ବ୍ୟାଙ୍କ ପାଖରେ ଛିଡା ହୋଇଥିଲେ | ସେତିକିବେଳେ ଜଣେ ଦୁର୍ବୁର୍ତ୍ତ ଅଚାନକ ବୁଲେଟରେ ଆସି ପ୍ରହଲ୍ଲାଦଙ୍କ ମୁଣ୍ଡକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା |

{"id":75382}

ଯେହେତୁ ସନ୍ଧ୍ୟା ସମୟ ଥିଲା ଛକରେ ଲୋକଙ୍କ ଭିଡ ମଧ୍ୟ ରହିଥିଲା | କିନ୍ତୁ ଘଟଣା ଏତେ ଶୀଘ୍ର ଘଟିଯାଇଥିଲା ଯେ, ପାଖରେ ଥିବା ଲୋକେ କିଛି ବୁଝିପାରିନଥିଲେ | ଗୁଳି କରିବା କ୍ଷଣି ପ୍ରହଲ୍ଲାଦ ଭୂଇଁରେ ପଡିଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଗୁଳି ଆବାଜ ଶୁଣି ପାଖରେ ଥିବା ଲୋକେ ପ୍ରହଲ୍ଲାଦଙ୍କ ପାଖକୁ ଦୌଡ଼ି ଆସିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ | ପୋଲିସ ସଂଗେସଂଗେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା | ପ୍ରହଲ୍ଲାଦଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା |

ବିଜେପି ନେତା ପ୍ରହଲ୍ଲାଦ ବନ୍ଦବାର ହତ୍ୟା ଘଟଣା ପବନ ଭଳି ସଂଗେସଂଗେ ପୁରା ଅଂଚଳରେ ଖେଳି ଯାଇଥିଲା | ଘଟଣାସ୍ଥଳରେ ଏବଂ ପ୍ରହଲ୍ଲାଦଙ୍କ ବାସଭବନରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଯାଇଥିଲା | ପୋଲିସ ଅଭିଯୁକ୍ତକୁ ଖୋଜୁଛି | ଏହାସହ ପୋଲିସ ଆଖପାଖ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି | ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ପୋଲିସ ଟିମ ଗଠନ କରି ଖୋଜାଖୋଜି କରୁଛି | ବିଜେପି ନେତାଙ୍କ ହତ୍ୟା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି | ପୋଲିସ ଗମ୍ଭୀରତାର ସହ ମାମଲାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.