Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

12/11/2018 at 10:25 AM

କର୍ଣ୍ଣାଟକ ୧୨/୧୧:  ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ ହୋଇଯାଇଛି। ବେଙ୍ଗାଲୁରୁରେ ଗତକାଲି ବିଳମ୍ବିତ ରାତି ଗୋଟାଏ ୫୦ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କ୍ୟାନସର ରୋଗରେ ପୀଡିତ ଥିଲେ। କିଛି ମାସ ଧରି ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିଲା। କର୍ଣ୍ଣାଟକର ଦକ୍ଷିଣ ବେଙ୍ଗାଲୁରୁର ସେ ଲୋକସଭା ଆସନ ପାଇଁ ନିର୍ବାଚିତ ହୋଇଥିଲେ। ମୋଦି ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀଭାବ କାର୍ଯ୍ୟ ତୁଲାଉଥିଲେ। ଆଜି ସକାଳ ୯ଟା ପରେ ଦିବଙ୍ଗତ ନେତା ଅନନ୍ତକୁମାରଙ୍କୁ ବେଙ୍ଗାଲୁରୁ ନ୍ୟାସନାଲ କଲେଜ ଗ୍ରାଉଣ୍ଡରେ ଶ୍ରଦ୍ଧାଞ୍ଜଳି ଦିଆଯିବ। ଅନନ୍ତ କୁମାର ପାନକ୍ରିୟାଟିକ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।

   Related Posts