ଆତଙ୍କବାଦୀଙ୍କ ଟାର୍ଗେଟରେ ଭାଜପା ନେତା ଅଲତାଫ ଠାକୁର : ବଢ଼ାଗଲା ସୁରକ୍ଷା

Published By : Prameya-News7 Bureau | July 14, 2020 IST

ଜାମ୍ମୁ ୧୪/୭: ବାନ୍ଦିପୋରାରେ ଭାଜପା ନେତା ଓ୍ବସିମ୍ ବାରି,ତାଙ୍କ ଭାଇ ଏବଂ ବାପାଙ୍କ ହତ୍ୟା ପରେ ଏବେ ଆତଙ୍କବାଦୀ ପାର୍ଟିର ବରିଷ୍ଠ ନେତା ଏବଂ ମୁଖ୍ୟ ଅଲତାଫ ଠାକୁରଙ୍କୁ ଟାର୍ଗେଟ୍ କରିବାର ଯୋଜନାରେ ଅଛନ୍ତି।

ଦସ୍ତାବିଜରେ ପୋଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ଯେ ଜାମ୍ମୁ-କାଶ୍ମୀର ପୋଲିସକୁ ମିଳିଥିବା ଇନପୁଟ ଆଧାରରେ ଅଲ ବଦର ସଙ୍ଗଠନର ପାକିସ୍ତାନୀ ଆତଙ୍କବାଦୀ ଏହି ଷଡ଼ଯନ୍ତ୍ର କରୁଛନ୍ତି। ଆତଙ୍କବାଦୀ ପୋଲିସ୍ ପୋଷାକରେ ମଧ୍ୟ ଆକ୍ରମଣ କରି ପାରନ୍ତି। ଏହାକୁ ଦୃଷ୍ଟିରେ ରଖି ପୋଲିସ୍ ଅଲତାଫ ଠାକୁରଙ୍କ ସୁରକ୍ଷା ବଢ଼ାଇ ଦେଇଛନ୍ତି। ତାଙ୍କ ଘର ବାହାରେ ମଧ୍ୟ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ତାଙ୍କୁ ସତର୍କ ରହିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ ପୋଲିସ୍ ଠାକୁରଙ୍କୁ ଅନିର୍ଦ୍ଧାରିତ ଗସ୍ତ କରିବାକୁ ବାରଣ କରିଛି ଯାହା ଦ୍ବାରା ତାଙ୍କ ସୁରକ୍ଷାରେ କୌଣସି ଭୁଲ ନ ରହୁ। ତାଙ୍କୁ କୁହାଯାଇଛି ଯେ ଯଦି ତାଙ୍କର କୌଣସି ନିର୍ଦ୍ଧାରିତ ଗସ୍ତ ରହିଛି ତେବେ ତାହା ପୂର୍ବରୁ ସେ ପୋଲିସକୁ ଏହାର ସୂଚନା ଦିଅନ୍ତୁ ଯାହା ଦ୍ବାରା ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.