କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥାର ପ୍ରତିବାଦ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରିଲା ବିଜେପି

Published By : Prameya-News7 Bureau | May 31, 2021 IST

ଢେଙ୍କାନାଳ ୩୧।୫: ଢେଙ୍କାନାଳ ସହର ସ୍ଥିତ ପୁରୁଣା ଡାକ୍ତରଖାନାରେ ଚାଲିଥିବା କୋଭିଡ୍ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଓ ବିଭିନ୍ନ ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏପରିକି ବିଭିନ୍ନ ସମୟରେ ଚିକିତ୍ସା ଅବହେଳାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଉଛି । ତଥାପି ଜିଲ୍ଲା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଗୁରୁତ୍ବ ଦିଆଯାଉନାହିଁ । ଫଳରେ ଢେଙ୍କାନାଳ କୋଭିଡ୍ ହସ୍ପିଟାଲରେ ଡାକ୍ତର ଓ କର୍ମଚାରୀଙ୍କ ମନମାନୀ ଚରମ ସୀମା ଡେଇଁଯାଉଛି । ଯାହାର ପ୍ରତିବାଦ କରିଛି ବିଜେପି ।

{"id":459554,"sizeSlug":"large","linkDestination":"none"}

ସୋମବାର ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଘେରିଥିଲେ । ସିଡିଏମଓଙ୍କ ନିକଟରେ ପ୍ରତିକାର ଦାବି କରିଛନ୍ତି ବିଜେପି କର୍ମୀ । ତେବେ ଏହାର ତୁରନ୍ତ ପ୍ରତିକାର ଓ ସୁଧାର ନ ହେଲେ ଆଗାମୀ ସମୟରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.