ପ୍ରକାଶ ପାଇଲା ବିଜେପିର ଇସ୍ତାହାର, ୨୦୨୨ସୁଦ୍ଧା ପୂରଣ କରିବେ ୭୫ ସଂକଳ୍ପ

Published By : Prameya-News7 Bureau | April 08, 2019 IST

ନୂଆଦିଲ୍ଲୀ ୮/୪ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ବିଜେପିର ଇସ୍ତାହାର ପତ୍ର ଉନ୍ମୋଚନ କରିଛନ୍ତି | ଏହି ଓଇସ୍ତାହାର ପତ୍ରକୁ ସଂକଳ୍ପ ପତ୍ର ନାଁ ଦିଆଯାଇଛି | ସଂକଳ୍ପ ପତ୍ର ୫୦ ପୃଷ୍ଠା ବିଶିଷ୍ଟ ସଂକଳ୍ପପତ୍ରରେ ୨୦୨୨ ସୁଦ୍ଧା ୭୫ଟି ସଂକଳ୍ପ ପୂରଣ କରିବା ପାଇଁ ଘୋଷଣା କରାଯାଇଛି| ଏହି ଅବସରରେ ଅମିତ ଶାହ କହିଛନ୍ତି ୨୦୧୪ ମସିହାରେ ବିଜେପି ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲା | ସେତେବେଳେ ବିଜେପି ଭବିଷ୍ୟତ ଭିଜନ ନେଇ ଆସିଥିଲା | ୩୦ ବର୍ଷ ପରେ ଦେଶରେ ପ୍ରଥମଥର ପାଇଁ ବିଜେପି ପୁର୍ଣ ବହୁମତ ସରକାର ଗଠନ କରିଥିଲା |ଆସନ୍ତୁ ନଜର ପକାଇବା ଇସ୍ତାହାରର ପ୍ରମୁଖ ପ୍ରସଂଗ ୁପରେ ନଜର-

{"id":101457}


ଇସ୍ତାହାର ପତ୍ରରେ କଣ ରହିଛି ବିଶେଷ କଥା ଜାଣନ୍ତୁ :
୧. ଇସ୍ତାହାର ପତ୍ର ତିଆରି ପାଇଁ ବିଜେପି ୩୦୦ ରଥ ମାଧ୍ୟମରେ ସଂଗ୍ରହ କରିଥିବା ମତାମତ , ୭୭୦୦ଟି ପାରାମର୍ଶ ପେଟିରୁ ମିଶିଥିବା ସମସ୍ତ ପରାମର୍ଶ, ୧୧୦ଟି ଆଲୋଚନାଚକ୍ରରୁ ମିଳିଥିବା ନିଷ୍କର୍ଶ ଆଧାରରେ ପ୍ରସ୍ତୁତ ହୋଇଛି ଏହି ସଂକଲ୍ପ ପତ୍ର
୨. ରାମ ମନ୍ଦିର ପ୍ରସଙ୍ଗର ସବୁ ବିକଳ୍ପ ଖୋଜିବ ବିଜେପି
୩. ୬୦ ବର୍ଷ ବୟସ ପରେ ଦେଶର ଚାଷୀଙ୍କୁ ପେନ୍ସନ ସୁବିଧା
୪. ୨୦୧୪ ରୁ ୨୦୧୯ ଏହି ୫ ବର୍ଷ ଦେଶପାଇଁ ସ୍ଵର୍ଣ୍ଯିମ ସମୟ ବୋଲି କହିଲେ ଅମିତ

{"id":101458}


ଇସ୍ତାହାର ପତ୍ରକୁ କଣ କହିଛନ୍ତି ରାଜନାଥ ସିଂହ :
୧. ବିଜେପିର ସଂକଳ୍ପ ପତ୍ରରେ ୭୫ ପ୍ରତିଶୃତି
୨. ୨୦୨୨ ମସିହା ପର୍ଯ୍ୟନ୍ତ ସମସ୍ତ ପ୍ରତିଶୃତି ପୂରଣ କରିବା ପାଇଁ ଘୋଷଣା
୩. ସଂକଳ୍ପ ପତ୍ର ପୂରଣ କରିବାରେ ୧୨ କମିଟିଙ୍କ ଭୂମିକା
୪. ଦେଶର ସବୁ ଅଂଚଳ ଏବଂ ସମ୍ପ୍ରଦାୟ ସହ ଆଲୋଚନା କରିବା ପରେ ପ୍ରସ୍ତୁତ ହୋଇଛି ସଂକଳ୍ପ ପତ୍ର
୫. ଆତଙ୍କବାଦ ଉପରେ ଶୂନ୍ୟ ସହନଶୀଳ ନୀତି ଜାରି
୬. ରାଷ୍ଟ୍ରବାଦ ପ୍ରତି ବିଜେପିର ପ୍ରତିବଦ୍ଧତା
୭. ନାଗରିକ ସଂଶୋଧନ ବିଧେୟକ ପାସ କରାଯିବ
୮. ରାମ ମନ୍ଦିର ପ୍ରସଙ୍ଗ ଉପରେ ଖୋଜାଯିବ ବିକଳ୍ପ

{"id":101460}


୯. କିସାନ କ୍ରେଡିଟ କାର୍ଡରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣରେ ଶୂନ ପ୍ରତିଶତ ସୁଧ
୧୦. ବର୍ଷେ ପର୍ଯ୍ୟନ୍ତ ଚାଷୀ ଋଣରେ ୫ ବର୍ଷ ପର୍ଯ୍ୟନ୍ତ ସୁଧ ପଡିବ ନାହିଁ
୧୧. ଦେଶର ସବୁ ଚାଷୀଙ୍କୁ ବର୍ଷକୁ ମିଳିବ ୬ ହଜାର ଟଙ୍କା
୧୨. ୬୦ ବର୍ଷ ବୟସ ପରେ ଦେଶର ଚାଷୀଙ୍କୁ ପେନସନ ସୁବିଧା ମିଳିବ
୧୩. ୬୦ ବର୍ଷ ବୟସ ପରେ ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ପେନସନ
୧୪. ରାଷ୍ଟ୍ରୀୟ ବ୍ୟାପାର ଆୟୋଗ ସଂଗଠନ ଗଠନ କରାଯିବ
୧୫. ଉତ୍କୃଷ୍ଟ ଇଂଜିନିୟରିଂ କଲେଜରେ ବଢାଯିବ ସିଟ ସଂଖ୍ୟା
୧୬. ସବୁ ଜମି ରେକର୍ଡ ଡିଜିଟାଲ କରାଯିବ
୧୭. ସବୁ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ

{"id":101461}


୧୮. ସମସ୍ତ ଗରିବ ପରିବାରକୁ ଏଲପିଜି କନେକ୍ସନ
୧୯. ୨ ଗୁଣ କରାଯିବ ଜାତୀୟ ରାଜପଥ
୨୦. ୭୫ ନୂଆ ମେଡିକାଲ କଲେଜ ସ୍ଥାପନା
୨୧. ୨୦୨୨ ମସିହା ସୁଦ୍ଧା ସମସ୍ତ ରେଲୱେ ଲାଇନ ବିଦ୍ୟୁତିକରଣ
୨୨. ୫ କି:ମି: ଭିତରେ ସମସ୍ତଙ୍କୁ ମିଳିବ ବ୍ୟାଙ୍କିଙ୍ଗ ସୁବିଧା
୨୩. ଆଦିବାସୀ ସ୍ବାଧୀନତା ସଂଗ୍ରାମୀଙ୍କ ସଂଗ୍ରହାଳୟ
୨୪. ୩ ତଲାକ ବିରୋଧରେ ଆଇନ ପ୍ରଣୟନ କରାଯିବ

{"id":101459}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.