ଖେଲା ହୋବେ ! ବେଙ୍ଗଲ ଉପନିର୍ବାଚନ ଲାଗି ବଦଳିଲା BJPର ରଣନୀତି, ଆଉ ହେଉନି ମେଗାରାଲି, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ନେତା ଓ କର୍ମୀ

Published By : Prameya-News7 Bureau | September 18, 2021 IST

କୋଲକାତା ୧୮।୯: ସେପ୍ଟେମ୍ବର ୩୦ ପଶ୍ଚିମବଙ୍ଗ ଉପନିର୍ବାଚନ ଲାଗି ପ୍ରଚାର ଆରମ୍ଭ ହୋଇଗଲାଣି। ତେବେ ପ୍ରଚାରରେ ବିଜେପିର ଗତ ବିଧାନସଭା ନିର୍ବାଚନର ଟାଣ ନାହିଁ। ପ୍ରାର୍ଥୀମାନେ ସାଦାସିଧା ଲୋକଙ୍କ ଘର ଘର ବୁଲି ପ୍ରଚାର କରୁଥିବା ଦେଖାଯାଉଛି। ବିଧାନସଭା ନିର୍ବାଚନ କାଳରେ ବିଜେପି ରାଜ୍ୟରେ ମେଗା ରାଲି ଆୟୋଜନ କରୁଥିଲା, ଯେଉଁଥିରେ କେନ୍ଦ୍ରମନ୍ତ୍ରୀଙ୍କ ଧାଡି ଲାଗୁଥିଲା ଲୋକେ ଦେଖିଛନ୍ତି। ତେବେ ‘ଖେଲାହୋବେ’ ଡରରେ ବିଜେପି ସାଦାସିଧା ପ୍ରଚାର କରୁଥିବା ଲୋକେ କହିଛନ୍ତି।

{"id":513655,"sizeSlug":"full","linkDestination":"none"}

ବିଧାନସଭା ନିର୍ବାଚନରେ ବଡ଼ବଡ଼ ରାଲି କରୁଥିବା ବିଜେପି ଏଥର ଉପନିର୍ବାଚନରେ ରାଲି ଉପରୁ ନିଜର ଧ୍ୟାନ ହଟାଇ ଦେଇଛି। ଗତ ବିଧାନସଭା ନିର୍ବାଚନ ପରବର୍ତ୍ତି ହିଂସାକୁ ନଜରରେ ରଖି ରାଜ୍ୟରେ ବିଜେପି ରଣନୀତି ବଦଳାଇଥିବା ପ୍ରଦେଶ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି। ନେତା ଓ କର୍ମୀମାନେ ନିଜନିଜ ବାଟରେ ଏବେ ପ୍ରଚାର କରୁଛନ୍ତି। ଲୋକଙ୍କ ଘରକୁ ଯାଇ ସେମାନଙ୍କ ସହ କଥା ହେଉଛନ୍ତି। ଘୋଷ କହିଛନ୍ତି ଯେ ନିର୍ବାଚନରେ ଟିଏମସି କାର୍ଯ୍ୟକର୍ତ୍ତା ଆମକୁ ଡରା  ଧମକା କରୁଛନ୍ତି।  

{"id":513658,"width":841,"height":561,"sizeSlug":"full","linkDestination":"none"}

ମମତାଙ୍କ ଭବାନୀପୁର ଆସନରୁ ବିଜେପି ପ୍ରିୟଙ୍କା ଟିବରୱାଲଙ୍କୁ ପ୍ରାର୍ଥୀ କରିଛି। ସେ ୨୦୧୪ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ସେ ପେଷାରେ ଜଣେ ଓକିଲ ହୋଇଥିବା ବେଳେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲାଗି ଉପନିର୍ବାଚନରେ ଜିତିବା ଜରୁରି। ଗତ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସ୍ୱଳ୍ପ ମତ ବ୍ୟବଧାନରେ ହାରି ଯାଇଥିଲେ। ଏଣୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କ ଲାଗି ବିଧାନସଭା ସଦସ୍ୟତା ଜରୁରି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.