ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ପିଟିପିଟି ହତ୍ୟା, ଗାଡି ସାଇଡ୍ ମରାକୁ ନେଇ ମାରିଦେଲେ !

Published By : Prameya-News7 Bureau | June 06, 2021 IST

ଉଦଳା, ୦୬/୦୬: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଆସାହି ଗାଁରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା । ଗାଡି ସାଇଡ ମରାକୁ କେନ୍ଦ୍ର କରି ବିଚ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ ଦୁର୍ବୃତ୍ତ ।

ମୃତକ ହେଲେ ବିଜେପି ଯୁବ ମୋର୍ଚ୍ଚାର ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଂଜିତ ପ୍ରଧାନ । ନୁଆସାହି ସ୍ଥିତ ଶ୍ୱଶୁର ଘର ନିକଟରେ କାରରୁ ଘୋଷାରି ଆଣି ବାଡେଇ ବାଡେଇ ମାରିଲେ ୪ ଯୁବକ । କପ୍ତିପଦା ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଚଳାଇଛି । .

ଏବେବି ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଏବେସୁଦ୍ଧା ଗିରଫ କରି ନାହିଁ । ତେବେ କେବଳ ଗାଡି ସାଇଡ୍ ମରାକୁ ନେଇ ଏପରି ହତ୍ୟାକାଣ୍ଡ ହୋଇଛି ନା ନାହିଁ ସେଦିଗରୁ ମଧ୍ୟ ତଦନ୍ତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.