ରାସ୍ତା ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବଜେପିର ଜନ ଆନ୍ଦୋଳନ

Published By : Prameya-News7 Bureau | November 20, 2020 IST

ଭଦ୍ରକ ୨୦।୧୧: ୧୮ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ । ଏହି ରାସ୍ତାର ମରାମତି ପାଇଁ ବଜେପି କରୁଛି ଜନ ଆନ୍ଦୋଳନ । ଗୋଟିଏ ସ୍ଥାନ ନୁହେଁ ୪ଟି ସ୍ଥାନରେ ଏକ ସମୟରେ ଗୋଟିଏ ଦିନରେ ଆନ୍ଦୋଳନ କରୁଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବଜେପି ଏହି ଜନ ଆନ୍ଦୋଳନ କରୁଛି । ଗୋଟିଏ ଦିନରେ ଛତାବର, କୁଲଣା, ଛଞ୍ଚୀଣା ଓ ମଞ୍ଜୁରୀରୋଡ଼ଠାରେ ଆନ୍ଦୋଳନ କରୁଛି ।

ସୂଚନାଯୋଗ୍ୟ ଯେ, ଛତାବରରୁ ନିଳୋକ ଭୟା ମଞ୍ଜୁରୀରୋଡ଼ ରାସ୍ତାଟି ୧୭ କିଲୋମିଟର । ଏହି ରାସ୍ତା ଉପରେ ବନ୍ତ ବ୍ଲକ ସହ କେଉଁଝର ଅଞ୍ଚଳର କେତେକ ଲୋକ ନିର୍ଭର କରନ୍ତି । ଏହି ରାସ୍ତାକୁ ଗ୍ରାମ୍ୟ ଉନୟନ ବିଭାଗ ୭ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରିଥିଲା । ପରେ ରାସ୍ତାକୁ ୨୦୧୯ରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି । ପୂର୍ତ୍ତ ବିଭାଗ ୧୩ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରିଥିଲା କିନ୍ତୁ ଏବେ ପୁଣି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଛି । ବଜେପି ରାସ୍ତା ମରାମତି ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜନ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.