Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବକଙ୍କୁ ପିଟିପିଟି ମାରିଦେଲେ ! ଥାନାଠୁ ୨୦୦ ମିଟର ଦୂରରେ ପଡିଛି ମୃତଦେହ
  • ||
  • ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏଁ ପାଠ ପଢିବେ ଛାତ୍ରଛାତ୍ରୀ
  • ||
  • ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ, ରାଜସ୍ଥାନର ବିଳାସପୂର୍ଣ୍ଣ ହୋଟେଲରେ ପଡିବ ହାତଗଣ୍ଠି
  • ||
  • କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
  • ||
  • କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ, ଗାଡିରୁ ଡେଇଁ ପଡିଲେ ରୋଗୀଙ୍କ ମାଆ
  • ||

ସଚିନଙ୍କ ବରଖାସ୍ତ ପରେ ରାଜସ୍ଥାନରେ ସକ୍ରିୟ ହେଲା ବିଜେପି, କାଲି ବସୁନ୍ଧରା ରାଜେଙ୍କ ନେତତୃରେ ବୈଠକ

14/07/2020 at 10:56 PM

ନୂଆଦିଲ୍ଲୀ ୧୪।୦୭: ରାଜସ୍ଥାନର ସାଂପ୍ରତିକ ରାଜନୈତିକ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ବିଜେପିର ମଧ୍ୟ ଘନ ଘନ ବୈଠକ ଆରମ୍ଭ ହୋଇ ଯାଇଛି। କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ୍ ନିଜ ସମର୍ଥକଙ୍କ ସହିତ ବିଦ୍ରୋହ କରିବା ଏବଂ ତାଙ୍କ ବିରୋଧରେ କଂଗ୍ରେସ ନେଇଥିବା କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟରେ ଉତ୍ପନ ସ୍ଥିତି ମଧ୍ୟରେ ବିଜେପି ସମ୍ଭାବନାର ରାସ୍ତା ଖୋଜିବା ଆରମ୍ଭ କରି ଦେଇଛି। ଏହି କ୍ରମରେ ପାର୍ଟିର ପ୍ରଦେଶ ସଭାପତି ସତୀଶ ପୁନିଆ ଓମ ମାଥୁର, ଗୁଲାବ ଚନ୍ଦ କଟାରିଆ, ରାଜେନ୍ଦ୍ର ରାଠୋର ସମେତ ଅନ୍ୟ ନେତାଙ୍କ ସହିତ ବୈଠକ କରିଛନ୍ତି।

ବୁଧବାର ବସୁନ୍ଧରାଙ୍କ ଉପସ୍ଥିତିରେ ମନ୍ଥନ

ମାରାଥନ ବୈଠକ ବୁଧବାର ମଧ୍ୟ ଜାରି ରହିବ। ପାର୍ଟି ପକ୍ଷରୁ କୁହାଯାଇଛି ବୁଧବାର ବୈଠକରେ ବରିଷ୍ଠ ନେତା ଓ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉପସ୍ଥିତ ରହିବେ। ସେ ବର୍ତ୍ତମାନ ଧଉଲପୁରରେ ଅଛନ୍ତି। ବସୁନ୍ଧରା ଜୟପୁର ପହଞ୍ଚିବା ପରେ ପାର୍ଟିର ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହେବ। ଏହା ମଧ୍ୟ କୁହାଯାଉଛି ରାଜସ୍ଥାନରେ ଅଶୋକ ଗେହଲଟଙ୍କ ସରକାର ଆଉ ଅଧିକ ଦିନ କ୍ଷମତାରେ ତିଷ୍ଠି ରହି ପାରିବ ନାହିଁ। ପୁଣି ରାଜ୍ୟରେ ବିଜେପି ସରକାର ଗଠନ ହେବ।

ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟଙ୍କ ସହ ବିଜେପିର ଅନେକ ଆଲୋଚନା ହୋଇଛି, ହେଲେ ପାର୍ଟି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। ସୂତ୍ର ଅନୁଯାୟୀ, ପାଇଲଟ୍ ବିଜେପିର କିଛି ନେତାଙ୍କ ସହିତ ଆଲୋଚନା କରିଥିବା ବେଳେ ପାଇଲଟଙ୍କ ନିକଟତର ନେତା ବିଜେପିରେ ବର୍ତ୍ତମାନ ନମିଶିବା ଉପରେ ଜୋର ଦେଇଛନ୍ତି। ଅପରପକ୍ଷେ  ବିଜେପି ଭିତିରିଆ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, କଂଗ୍ରେସର କେତେ ଜଣ ବିଧାୟକ ଗେହଲଟଙ୍କ ସପକ୍ଷରେ ଏବଂ କେତେ ପାଇଲଟଙ୍କ ସପକ୍ଷରେ ଅଛନ୍ତି।

ଗେହଲଟ ବହୁମତ ସାବ୍ୟସ୍ତ କରିବାକୁ ଦାବି

ବିଧାନସଭାରେ ବିଜେପିର  ବିରୋଧୀ ଦଳ ନେତା ଗୁଲାବ ଚନ୍ଦ କଟାରିଆ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ସେ ଗଣମାଧ୍ୟମକୁ ଦେଇ ପ୍ରତିକ୍ରିୟାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଥମେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଅନ୍ତୁ ଏବଂ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରନ୍ତୁ। ଏହା  ବ୍ୟତୀତ ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର ଦାବି କରିଛନ୍ତି, ଅଶୋକ ଗେହଲଟ ସରକାର ଗୃହରେ ବହୁମତ ସାବ୍ୟସ୍ତ କରି ପାରିବେ ନାହିଁ। ସେ ଅଭିଯୋଗ କରିଛନ୍ତି ପୋଲିସ ରିସର୍ଟରେ ଥିବା ବିଧାୟକଙ୍କ ଉପରେ କଡା ନଜର ରଖିଛି। ଏପରିକି ବିଟିପିର ବିଧାୟକଙ୍କୁ ଧମକ ଦିଆଯାଉଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜନୈତିକ ଘଟଣାକ୍ରମ ମଧ୍ୟରେ କଂଗ୍ରେସ କଡା କାର୍ଯ୍ୟାନୁଷ୍ଠାନସ୍ଵରୂପ ସଚିନ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ସହିତ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ବରଖାସ୍ତ କରିଛି। ଗେହଲଟ ଅଭିଯୋଗ କରିଥିଲେ ଯେ, ବିଜେପି ମଧ୍ୟ ପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ସରକାର ଭାଙ୍ଗିବାକୁ ଚକ୍ରାନ୍ତ ଚଳାଇଛି। ମାତ୍ର ଏଠାରେ ବିଜେପିର ଚାଲ ଚଳିବ ନାହିଁ ବୋଲି ସେ କହିଛନ୍ତି।

   Related Posts