ପୁରୀରୁ ଲଢିବେ କି ମୋଦି ? ଆଶା ଆଶଙ୍କାରେ ବିଜେପି, ବିଜେଡି କହିଲା ପଡିବନି ଫରକ: କୃଷି ଋଣ ପ୍ରସଂଗରେ ଅଡୁଆରେ ପଡିଲା ବିଜେପି

Published By : Prameya-News7 Bureau | January 02, 2019 IST

ଭୁବନେଶ୍ବର୨|୧୨: ପୁରୀରୁ ଲଢିବେ କି ମୋଦି? ନିର୍ବାଚନ ପାଖେଇ ଆସୁଥିଲେ ବି ଏ ଯାଏଁ ଏହି ସସପେନ୍ସରୁ ପରଦା ହଟୁନି । ଖୋଦ୍ ମୋଦି ଏ ନେଇ ଚିତ୍ର ସ୍ପଷ୍ଟ କରୁ ନ ଥିବା ବେଳେ, ରାଜ୍ୟ ବିଜେପି ନେତା କିନ୍ତୁ ଏବେ ବି ଆଶା ବାନ୍ଧି ବସିଛନ୍ତି । ସେପଟେ କୃଷି ଋଣ ପ୍ରସଙ୍ଗରେ ନବୀନଙ୍କ ରାସ୍ତାରେ ମୋଦି ଯିବା,  ରାଜ୍ୟ ବିଜେପି ନେତାଙ୍କୁ ଅଡ଼ୁଆରେ ପକାଇଛି ।

wp:gallery {"ids":[69778]} /wp:gallery

ପୁରୀରୁ ମୋଦି ଲଢ଼ିବେ ନା ଲଢ଼ିବେନି। ଲଢ଼ିବେ ନା ଲଢ଼ିବେନି। ରାଜ୍ୟ ବିଜେପି ଆଶା ଆଶଙ୍କାରେ । ବିଶେଷ କରି ଗତକାଲି ନିଜେ ମୋଦି କଥାକୁ ପେଣ୍ଡୁଲମ ଭଳିଆ ନିଜେ ଝୁଲେଇଦେଲେ। ମୋଦିଙ୍କ ସସପେନ୍ସୱାଲା ରିଆକ୍ସନ ପଲିଟିକାଲ କରିଡରରେ ଚର୍ଚ୍ଚାକୁ ଆହୁରି ଗରମ କରିଛି । 

wp:gallery {"ids":[69779]} /wp:gallery

ମୋଦି ଗ୍ରୀନ୍ ସିଗନାଲ ଦେଇ ନ ଥିଲେ ବି ରେଡ୍ କାର୍ଡ ଦେଖାଇ ନାହାନ୍ତି । ବାରମ୍ବାର ମୋଦିଙ୍କ ଓଡ଼ିଶା ଗସ୍ତ, ପୂର୍ବ ଭାରତକୁ ଗୁରୁତ୍ବ, ଜଗନ୍ନାଥଙ୍କ ଲାଗି ଅଖଣ୍ଡ ବିଶ୍ବାସ କେଉଁଠି ନା କେଉଁଠି ଇସାରା ଦେଉଛି, ମୋଦି ପୁରୀ ଲାଗି ଚିନ୍ତା କରିଥାଇପାରନ୍ତି। ସେପଟେ ବିଜେପି ରାଜ୍ୟ ସଭାପତି ଆଶା ବାନ୍ଧି ବସିଛନ୍ତି ମୋଦି ପୁରୀରୁ ହିଁ ଲଢ଼ିବେ ।  ବିଜେଡି କହିଛି ମୋଦି ପୁରୀରୁ ଲଢନ୍ତୁ କି ନ ଲଢନ୍ତୁ ତାହା କିଛି ବି ପ୍ରଭାବ ପକାଇବ ନାହିଁ।

wp:gallery {"ids":[69780]} /wp:gallery

ମୋଦିଙ୍କ ନବବର୍ଷ ପହିଲା ସାକ୍ଷାତକାରରେ ଆଉ ଏକ ପ୍ରସଙ୍ଗ ରାଜ୍ୟ ବିଜେପିକୁ କନଫ୍ୟୁଜ କରିଛି। କେନ୍ଦ୍ର ସରକାର କୃଷିଋଣ ଛାଡ଼ କରିବେ ନାହିଁ ବୋଲି ସଫା ସଫା କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ରାଜ୍ୟ ବିଜେପି ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ରାଜ୍ୟରେ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼ କରିବ।  ଏବେ ମୋଦିଙ୍କ କୃଷି ଋଣ ଛାଡ଼ ବିପକ୍ଷ ମନ୍ତବ୍ୟ ଫଳରେ ବିଜେପିକୁ ବିଜେଡି ଓ କଂଗ୍ରେସ ଘେରିଛନ୍ତି । ବିଜେପିର ଏହା ଡୁଆଲ ଷ୍ଟାଣ୍ଡାର୍ଡ ବୋଲି କହିଛନ୍ତି। ଯାହାର ଜବାବ ରଖିଛି ବିଜେପି।

ମୋଦିଙ୍କର ଏହି ଲମ୍ବା ସାକ୍ଷାତକାରକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି ତେବେ ରାଜ୍ୟ ବିଜେପି ବେଶ୍‌ ସତର୍କତାର ସହିତ ଆଗକୁ ବଢୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.