Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

‘ବିଜେପି ହେଉଛି ନକଲି ହିନ୍ଦୁ, ୨୦୨୨ ନିର୍ବାଚନରେ ୪୫ଟି ସିଟ୍ ପାଇବେନି ଯୋଗୀ, ସପା ଜିତିବ ୩୫୦ ଆସନ’ : ଅଖିଳେଶ ଯାଦବ

1/03/2021 at 7:18 PM

ଲକ୍ଷ୍ନୌ ୦୧/୦୩ : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ପାଲଟା ଆକ୍ରମଣ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗୀ କହିଥିଲେ ଯେ, ୨୦୨୨ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପି ୩୫୦ରୁ ଉର୍ଦ୍ଧ୍ବ ଆସନରେ ବିଜୟ ଲାଭ କରିବ । କିନ୍ତୁ ଏବେ ଅଖିଳେଶ ଯାଦବ, ଯୋଗୀଙ୍କୁ ପାଲଟା ଜବାବ ଦେବାକୁ ଯାଇ ୟୁପିରେ ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୩୫୦ ସିଟ୍‌ରେ ଜିତିବ ବୋଲି କହିଛନ୍ତି ।

ଏହା ସହିତ ଅଖିଳେଶ ଯାଦବ କହିଛନ୍ତି, ବିଜେପି ମାତ୍ର ୪୫ଟି ସିଟ୍‌ ମଧ୍ୟ ପାଇପାରିବ ନାହିଁ । କିଛି ଦିନ ମଧ୍ୟରେ ଟିକେଟ୍‌ କଟିବା ନେତାଙ୍କ ତାଲିକା ତିଆରି ହେବ । ଏହାପରେ ବିଜେପିରେ ଦଳ ଡିଆଁ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଅଖିଳେଶ କହିଛନ୍ତି । ଉତ୍ତର ପ୍ରଦେଶ ଜନତା ସମାଜବାଦୀ ପାର୍ଟିକୁ ଭରଷା କରିବେ ବୋଲି ଅଖିଳେଶ ଦୃଢତାର ସହ କହିଛନ୍ତି ।

୨୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଅଖିଳେଶ ଯାଦବ କହିଛନ୍ତି, ‘ଆମେ କୌଣସି ବଡ ଦଳ ସହିତ ମେଣ୍ଟ କରିବୁ ନାହିଁ । ଆସନ୍ତା ନିର୍ବାଚନରେ ଲୋକମାନଙ୍କ ପାଖକୁ ଯିବୁ ଏବଂ ଛୋଟ ଛୋଟ ଦଳମାନଙ୍କୁ ନେଇ ଆଗକୁ ବଢିକୁ । ସମାଜବାଦୀ ପାର୍ଟି ନିଜ ଦମ୍‌ରେ ବିଧାନସଭା ନିର୍ବାଚନ ଲଢିବ।’


କରୋନା ମହାମାରୀ ସମୟରେ ସବୁଠାରୁ ଖରାପ କାମ ଉତ୍ତର ପ୍ରଦେଶ ସରକାର ହିଁ କରିଛନ୍ତି ବୋଲି ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି । ଏହା ସହିତ ସେ କହିଛନ୍ତି ବିଜେପି ହେଉଛି ନକଲି ହିନ୍ଦୁ । ସମାଜବାଦୀ ପାର୍ଟି କେବେ ଧର୍ମର ପ୍ରଚାର କରିନାହିଁ କିନ୍ତୁ ବିଜେପି ସର୍ବଦା ଧର୍ମର ପ୍ରଚାର କରୁଛି ବୋଲି ଅଖିଳେଶ ଯାଦବ କହିଛନ୍ତି ।

   Related Posts