ଓକିଲଙ୍କ ଆନ୍ଦୋଳନ ପଛରେ ବିଜେପିର ହାତ ଅଛି : ଆଇନମନ୍ତ୍ରୀ
3/11/2018 at 9:50 PM

ଭୁବନେଶ୍ବର୩|୧୧: ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ,ଓକିଲଙ୍କ ଆନ୍ଦୋଳନ ପଛରେ ବିଜେପିର ହାତ ଅଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମଧ୍ୟ ହାତ ଅଛି ବୋଲି ସେ କହିଛନ୍ତି । ଏହି ମାମଲା ଏବେ ହାଇକୋର୍ଟ ସବ୍ଜୁଡିସ୍ ଅଛି ।ତେଣୁ ଆଇନ ଅନୁସାରେ ପଦକ୍ଷେପ ନେଉଛନ୍ତି ସରକାର ବୋଲି ମନ୍ତ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଓକିଲଙ୍କ ଉପରେ ଆକ୍ରମଣ ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛ ଓ ୨ ଜଣଙ୍କୁ ଗିରଫ କରାଯାଇଛି ।ଏଥି ସହ ଆଇଜି ପାହ୍ୟାର ଅଧିକାରୀ ତଦନ୍ତ କରୁଛନ୍ତି । ଏହା ପରେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର ନହେବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏବଂ ବିଜେପି ଆନ୍ଦୋଳନକୁ ପ୍ରେରଣା ଦେଉଛି ବୋଲି ସେ କହିଛନ୍ତି। ଓକିଲ ଆନ୍ଦୋଳନ ଯୋଗୁଂ ସମଗ୍ର ରାଜ୍ୟରେ ଆଇନସେବା ବ୍ୟବସ୍ଥା ଠପ୍ ହୋଇଯାଇଛି । ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜେଲରେ କଏଦୀ ରଖିବାକୁ ଯାଗା ନହେବା ଭଳି ଅଭାବନୀୟ ପରିସ୍ଥିତି ମଧ୍ୟ ଉପୁଜିଥିଲା । ସେଥିପାଇଁ ସରକାର ବାଧ୍ୟ ହୋଇ ଜେଲରେ କ୍ୟାମ୍ପକୋର୍ଟ କରିଥିଲେ । ଅପରପକ୍ଷରେ ଏହି ଘଟଣାକୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଚାଲିଛି ।