Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଓଡିଶା ଆସିବେ ବିଜେପିର ଏହି ହେବିଓ୍ବେଟ୍

21/04/2019 at 5:54 PM

ଭୁବନେଶ୍ବର ୨୧|୪:  ଓଡିଶାରେ ପ୍ରଚାର ନେଇ ବିଜେପି ହେବିଓ୍ବେଟ୍ ଙ୍କ ତାଲିକା ଚୂଡାନ୍ତ ହୋଇଛି । ଆସନ୍ତା ୨୩ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରାପଡା, ବାଲେଶ୍ବରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ମୋଦି । ୨୭ରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଯାଜପୁର ଓ ମୟୁରଭଞ୍ଜରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ଅମିତ ।

ସେହିପରି ଆସନ୍ତା ୨୪ରେ ନୀତିନ ଗଡକରୀ ଯାଜପୁର, ମୟୁରଭଞ୍ଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ୨୫ରେ ରାଜନାଥ ସିଂହ ଓଡିଶା ଗସ୍ତରେ ଆସିବେ । କିନ୍ତୁ ରାଜନାଥଙ୍କ ସଭା ସ୍ଥାନ ଚୂଡାନ୍ତ ହୋଇନାହିଁ । ୨୬ରେ ଆସିବେ ରୁପା ଗାଙ୍ଗୁଲି ସ୍ଥାନ ଚୂଡାନ୍ତ ହୋଇନାହିଁ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏମାନେ ବିଭିନ୍ନ ଅଞ୍ଚଳରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

   Related Posts