Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ୨୯୪ ଆସନ ଲାଗି ବିଜେପିରେ ୮ ହଜାର ଦାବିଦାର, ଏବେ ସମସ୍ତଙ୍କୁ ଘାରିଛି ଟିକେଟ୍ ଚିନ୍ତା

4/03/2021 at 10:44 PM

କୋଲକାତା ୪।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ବିଗୁଲ ବାଜି ସାରିଲାଣି। ଦଳମାନେ ଏବେ ସିଧା ରଣାଙ୍ଗନରେ ମୁହାଁମୁହିଁ ହେବେ। ତେବେ ରାଜ୍ୟରେ ପ୍ରଥମ ଥର ଶାସନ ହାତେଇବାକୁ ଆଶାୟୀ ବିଜେପି ଏବେ ଧର୍ମ ସଂକଟରେ ପଡିଯାଇଛି। ରାଜ୍ୟରେ ୨୯୪ଟି ବିଧାନସଭା ଆସନ। ଏଥିଲାଗି ପାର୍ଟି ୨୯୪ ଜଣ ପ୍ରାର୍ଥୀଙ୍କୁ ଦଳ ଛିଡା କରିବ। ହେଲେ ଏବେ ଦଳର ପୂରୁଣା ନେତା ଓ ନୂଆକରି ଯୋଗ ଦେଇଥିବା ନେତାମାନେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଆସନ ସଂଖ୍ୟା ୨୯୪ ଥିବା ବେଳେ ଦଳରେ ପ୍ରାର୍ଥୀଙ୍କ ସଂଖ୍ୟା ୮ ହଜାର ଟପିଲାଣି।

ପଶ୍ଚିମବଙ୍ଗରେ ନୂଆ କରି ଜନାଧାର ସୃଷ୍ଟି କରିଥିବା ବିଜେପି ଗତ କିଛି ବର୍ଷ ହେଲା ଅନ୍ୟ ଦଳର ନେତାଙ୍କ ଲାଗି ଦଳର ଦ୍ୱାର ଉନ୍ମୁକ୍ତ କରିଦେଇଥିଲା। ଏଥିରେ ନିର୍ବାଚନ ରଣନୀତିରେ ଅନ୍ୟଦଳର ବରିଷ୍ଠ ନେତାମାନେ ଏବେ ବିଜେପିରେ ଯୋଗଦେଇଛନ୍ତି। ଏପରି ଅନେକ ନେତା ଦଳକୁ ଆସିଛନ୍ତି ଯେଉଁମାନଙ୍କର ପୁରୁଣା ବିଜେପି ନେତାଙ୍କ ସମ୍ପର୍କ ଆଦୌ ଭଲ ନଥିଲା।

ଏହା ଛଡା ବିଜେପି ପ୍ରଥମରୁ ନିଜ ଭାବମୂର୍ତ୍ତିକୁ ସ୍ୱଚ୍ଛ ସାବ୍ୟସ୍ତ କରିଆସିଛି। ତେବେ ବେଙ୍ଗଲ ପରିସ୍ଥିତିରେ ଏହି ଛବି ଏବେ ଖରାପ ହୋଇଛି। ଅନ୍ୟ ଦଳର ଦାଗି ନେତାଙ୍କୁ ଦଳରେ ଗ୍ରହଣ କରାଯିବାରୁ ମମତା ବାନାର୍ଜୀଙ୍କ ଭାଷାରେ ବିଜେପି ରାଜ୍ୟରେ ଭ୍ରଷ୍ଟାଚାରର ବେଲୁନ ପାଲଟିଛି। ଯାହା ଏବେ ପାର୍ଟିରେ ବିବାଦର କାରଣ ଭାବେ ଉଭା ହୋଇଛି। ତେବେ ଯାହାବି ହେଉ ନା କାହିଁକି ୮ ହଜାର ଦାବିଦାର ପ୍ରାର୍ଥୀଙ୍କ ମଧ୍ୟରୁ ୨୯୪ ଜଣଙ୍କୁ ରାଜ୍ୟ ଦଳ କିପରି ଚୟନ କରିବ ତାହା ଉପରେ ଏବେ ରାଜ୍ୟର ଓ ଜନସାଧାରଣଙ୍କ ନଜର।

ରାଜ୍ୟରେ ନିର୍ବାଚନ ଆରମ୍ଭ ହେବାକୁ ଆଉ ମାତ୍ର ୩ ସପ୍ତାହ ବାକି। ଏବେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ସୂଚୀ ଘୋଷଣା କରିବେ। ତେବେ ବିଜେପିର ପ୍ରାର୍ଥୀ ସୂଚୀ ଘୋଷଣା ପରେ ଅସମ୍ଭାଳ ପରିସ୍ଥିତି ଦେଖାଦେବ ବୋଲି ଆଶଙ୍କା କରାଗଲାଣି। ଏବେ ଅନ୍ୟ ଦଳର ନେତାଙ୍କୁ ଗ୍ରହଣ କରିବା ରାଜ୍ୟ ଦଳ ଲାଗି ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଏହା ଏକ ମସ୍ତବଡ ଭୁଲ ଥିଲା ବୋଲି ବିଜେପି ରାଜ୍ୟ ଶାଖା ଏବେ ନିଜ ମୁହଁରେ ସ୍ୱୀକାର ମଧ୍ୟ କରୁଛି। ଏଣୁ ପ୍ରାର୍ଥୀ ସୂଚୀ ଘୋଷଣା ପରେ ରାଜ୍ୟରେ ଦଳର ପରିସ୍ଥିତି କଣ ହେବ ସେ ନେଇ ରାଜ୍ୟ ବିଜେପି ନେତା ନିଜେ ମଧ୍ୟ ଆଶଙ୍କିତ ଅବସ୍ଥାରେ ଅଛନ୍ତି।

ତେବେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ଉପୁଜିଥିବା  ପରିସ୍ଥିତିକୁ ପରିବାର ବଢିଲେ ଏପରି ହୁଏ ବୋଲି କହିଛନ୍ତି। ଏବେ ବିଜେପି ଏକ ବଡ ପରିବାରରେ ପରିଣତ ହୋଇଛି। ଏଣୁ ଏପରି ସମସ୍ୟାର ସମାଧାନ ଆମକୁ କରିବାକୁ ପଡିବ ବୋଲି ଘୋଷ କହିଛନ୍ତି। କହିବାକୁ ତ କଥା ବେଶ ସହଜ ହେଲେ ପରବର୍ତ୍ତି ପରିଣାମର ଆଶଙ୍କା ମଧ୍ୟ ଘୋଷଙ୍କୁ ଘାରିଛି।

ରାଜ୍ୟ ବିଜେପିରେ ଶାସକ ତୃଣମୂଳ କଂଗ୍ରେସର ୧୯ ବିଧାୟକ ଓ ମନ୍ତ୍ରୀଙ୍କ ସମେତ ଅସଂଖ୍ୟ କର୍ମୀ ଓ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେଇଛନ୍ତି। ଏପରି ଅନ୍ୟ ଦଳର ନେତାଙ୍କୁ ମିସାଇ ଦେଲେ ଏବେ ମୋଟ ୨୮ ବିଧାୟକ ବିଜେପିରେ ଯୋଗଦେଇସାରିଛନ୍ତି। ସେମାନେ ଗତ ବିଧାନସଭା ନିର୍ବାଚନ ଜିତିଥିଲେ। ଏଥିରେ ବିଜେପି ସ୍ଥାନୀୟ ନେତା ମଧ୍ୟ ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିଛନ୍ତି। ସେମାନେ ନିଶ୍ଚିତ ଅଣଦେଖା ହେବା ଥୟ । ଯାହାକୁ ନେଇ ବିଜେପିର ମୂଳ ଉତ୍ସ ଆରଏସଏସ୍‌ରେ ମଧ୍ୟ ଅସନ୍ତୋଷ ଉପୁଜିଥିବା ଜଣାପଡିଛି।

   Related Posts