Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ଲଦ୍ଦାଖ ହିଲ କାଉନସିଲ ନିର୍ବାଚନରେ ବିଜେପିର ବାଜିମାତ, ୨୬ରୁ ମିଳିଲା ୧୫ଆସନ

26/10/2020 at 9:48 PM

ଲେହ ୨୬।୧୦: ଲଦ୍ଦାଖ ସ୍ୱାୟତ୍ତ ପାର୍ବତୀୟ ବିକାଶ ପରିଷଦ (ଏଲଏଏଚଡିସି) ନିର୍ବାଚନରେ ବିଜେପିକୁ ବିପୁଳ ସଫଳତା ମିଳିଛି।  ପରିଷଦର ୨୬ଟି ଆସନ ଲାଗି ହୋଇଥିବା ନିର୍ବାଚନରେ ୧୫ଟି ଆସନ ବିଜେପିକୁ ମିଳିଥିବା ବେଳେ କଂଗ୍ରେସକୁ ୯ ଓ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ଏହି ନିର୍ବାଚନରେ ଆଞ୍ଚଳିକ ଦଳ ନ୍ୟାସନାଲ କନଫରେନ୍ସ ଓ ପିଡିପି ଅଂଶଗ୍ରହଣ କରିନଥିଲେ।

ବିଜେପିର ଏହି ବିଜୟରେ ଅମିତ ଶାହ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲଦ୍ଦାଖବାସୀ ନିଜ ଲାଗି ବିକାଶ ଓ ସମୃଦ୍ଧିକୁ ବାଛିଥିବାରୁ ଶାହ ଧନ୍ୟବାଦ ଜଣାଇଛନ୍ତି। ଏଲଏଏଚଡିସି ନିମନ୍ତେ ଗତ ୨୨ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣନା ହୋଇଥିବା ବେଳେ ଅପରାହ୍ନ ସୁଦ୍ଧା ଫଳାଫଳ ଆସିଯାଇଥିଲା। ଲୋକେ ଏଠାରେ ଇଭିଏମ ଦ୍ୱାରା ଭୋଟ ଦେଇଥିଲେ।

ଏହି ମତଦାନରେ ଲଦ୍ଦାଖର ୮୯ ହଜାର ୭୭୬ ମତଦାତାଙ୍କ ମଧ୍ୟରୁ ୬୫ ପ୍ରତିଶତ ମତଦାନ କରିଛନ୍ତି।   ୨୬ଟି ନିର୍ବାଚନ ମଣ୍ଡଳୀର ୨୯୪ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ବିଭିନ୍ନ ଦଳରୁ ଓ ସ୍ୱାଧୀନ ଭାବେ ୯୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ବିଜେପି ଓ କଂଗ୍ରେସ ସମସ୍ତ ଆସନରେ ସେମାନଙ୍କର ପ୍ରାର୍ଥୀ ଦେଇଥିଲେ। ଏଥିରୁ ବିଜେପି ପ୍ରାର୍ଥୀଙ୍କୁ ୧୫ଟି ଆସନରେ ସଫଳତା ମିଳିଥିବା ବେଳେ କଂଗ୍ରେସକୁ ୯ଟି ଆସନ ମିଳିଛି। ଏଠାରେ ଆମ ଆଦମୀ ପାର୍ଟି ( ଆପ)ପ୍ରଥମ ଥର ପ୍ରାର୍ଥୀ ଦେଇଥିଲା। ୧୯ଟି ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ଆପ୍‌ ପ୍ରତ୍ୟାସୀମାନେ ପରାସ୍ତ ହୋଇଛନ୍ତି।

   Related Posts