Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ବିଜେପିଠାରୁ ମଣିପୁର ଛଡାଇ ନେବ କଂଗ୍ରେସ: ୯ ବିଧାୟକ ନୂଆ ମେଣ୍ଟରେ ସାମିଲ, ଆସିଲା ଅନାସ୍ଥା ପ୍ରସ୍ତାବ

18/06/2020 at 7:39 PM

ଇମ୍ଫାଲ, ୧୮|୦୬:  କରୋନା ସଙ୍କଟ ମଧ୍ୟରେ ମଣିପୁରରେ ବିଜେପି ସରକାର ପ୍ରତି ବିପଦ ଘନେଇବାରେ ଲାଗିଛି । ବିଜେପି-ନ୍ୟାସନାଲ ପିପୁଲ୍ସ ପାର୍ଟି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ଓ୍ଵାଇ ଜୟ କୁମାର ସମେତ ଚାରି ମନ୍ତ୍ରୀ ସରକାରରୁ ଇସ୍ତଫା ଦେଇଛନ୍ତି। ମୋଟ ୯ଜଣ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ।

ଏହି ବିଧାୟକମାନେ କଂଗ୍ରେସରେ ଯୋଗ ଦେଇଛନ୍ତି। ଇସ୍ତଫା ଦେଇଥିବା ତିନି ଜଣ ମନ୍ତ୍ରୀ ହେଉଛନ୍ତି ଆଦିବାସୀ ଓ ଜଙ୍ଗଲ ବିକାଶ ମନ୍ତ୍ରୀ ଏନ. କାୟିଶି, ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରୀ ଲେଟପାୟୋ ହାୟୋକିପ ଓ ସ୍ଵାସ୍ଥ୍ୟ ଏବଂ ପରିବାର କଳ୍ୟାଣ ମନ୍ତ୍ରୀ ଏଲ. ଜୟନ୍ତ କୁମାର ସିଂହ।ସେହିପରି ବିଜେପିର ୩ଜଣ ବିଧାୟକ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହାସହ ଜଣେ ସ୍ୱାଧିନ ଓ ଜଣେ ଟିଏମସି ବିଧାୟକ ମଧ୍ୟ ସରକାରରୁ ନିଜର ସମର୍ଥନ ଫେରସ୍ତ ନେଇଛନ୍ତି ।

ଏହି ସମୟରେ କଂଗ୍ରେସ ନେତା ଓକ୍ରମ ଇବୋବି ଗୁରୁବାର  ରାଜ୍ଯପାଳଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ତୁରନ୍ତ ଅଧିବେଶନ ଡାକି ଅନାସ୍ଥା ପ୍ରସ୍ତାବର ସାମ୍ନା କରନ୍ତୁ ବୋଲି କହିଛନ୍ତି । ଏହାସହ କଂଗ୍ରେସ ବିଧାୟର କେ ମେଘାଚନ୍ଦ୍ର ବିଧାନସଭା ସମ୍ପାଦକଙ୍କୁ ଚିଠି ଲେଖି ବାଚସ୍ପତି ୟୁମୁନ ଖେମଚାନ୍ଦ ସିଂଙ୍କୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ରାଜ୍ୟପାଳଙ୍କୁ ଲେଖିଥିବା ପତ୍ରରେ ୧୧ ଜଣ କଂଗ୍ରେସ ବିଧାୟକଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂଙ୍କ ଦସ୍ତଖତ ରହିଛି । ରାଜ୍ୟପାଳ ମଧ୍ୟ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଥିବା ସୂଚନା ମିଳିଛି ।

   Related Posts