Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଚାନ୍ଦା ନେବାରେ ବିଜେପି ଆଗୁଆ : ନିର୍ବାଚନୀ ପାଣ୍ଠି ପାଇବା ତାଲିକାରେ ରହିଛି ଶୀର୍ଷରେ, ୨୦୧୯-୨୦ରେ ପାଇଛି ୨୭୬ କୋଟି

9/06/2021 at 1:26 PM

ନୂଆଦିଲ୍ଲୀ ୯।୬: ବିଜେପି ଚାନ୍ଦା ନେବାରେ ସମସ୍ତ ରାଜନୈତିକ ଦଳ ପଛରେ ପକାଇ ଦେଇଛି । ୨୦୧୯-୨୦୨୦ ପାଇଁ ନିର୍ବାଚନ ପାଣ୍ଠି ଜରିଆରେ ବିଜେପି ୨୭୧.୫ କୋଟି ଟଙ୍କା ସଂଗ୍ରହ କରିଛି । ଯାହା ମୋଟ୍ ପାଣ୍ଠିର ୮୦ ପ୍ରତିଶତ ଅଟେ । ଏଥିମଧ୍ୟରୁ ଏୟାରଟେଲ ଗ୍ରୁପ୍ ଏବଂ DLF ଲିମିଟେଡ୍ ହେଉଛନ୍ତି ସବୁଠାରୁ ବଡ ଦାନକର୍ତ୍ତା ।

ଭିନ୍ନ ଭିନ୍ନ ନିର୍ବାଚନୀ ଟ୍ରଷ୍ଟରୁ ଜଣାପଡିଛି ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପି ମୋଟ୍  ୨୭୬.୪୫ କୋଟି ଟଙ୍କା ଚାନ୍ଦା ଆକରରେ ପାଇଛି ।  ପ୍ରୋଡେଣ୍ଟରୁ ୨୧୭.୭୫ କୋଟି, ଜନ କଲ୍ୟାଣ ନିର୍ବାଚନୀ ଟ୍ରଷ୍ଟରୁ ୪୫.୯୫ କୋଟି, ଏବି ଜେନେରାଲ ଟ୍ରଷ୍ଟରୁ ୯ କୋଟି ଏବଂ ସମାଜ ନିର୍ବାଚନୀ ଟ୍ରଷ୍ଟରୁ ୩.୭୫ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି । ସେପଟେ କଂଗ୍ରେସକୁ ୫୮ କୋଟି ଟଙ୍କା ଚାନ୍ଦା ମିଳିଛି । କଂଗ୍ରେସକୁ ପ୍ରୋଡେଣ୍ଟ ନିର୍ବାଚନୀ ଟ୍ରଷ୍ଟରୁ ୩୧ କୋଟି, ଜନ କଲ୍ୟାଣ ନିର୍ବାଚନୀ ଟ୍ରଷ୍ଟରୁ ୨୫ କୋଟି ଏବଂ ସମାଜ ନିର୍ବାଚନୀ ଟ୍ରଷ୍ଟରୁ ୨ କୋଟି ଟଙ୍କା ଚାନ୍ଦା ମିଳିଛି ।

ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗରେ ଦେଶର ୩୫ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ୨୦୧୯-୨୦ ବର୍ଷ ପାଇଁ ସେମାନଙ୍କର ଅଡିଟ୍ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ଅନୁଯାୟୀ, ଟିଆରଏସ ସର୍ବାଧିକ ୧୩୦.୪୬ କୋଟି ଟଙ୍କାର ଆୟ ଦର୍ଶାଇଛି । ଏହାପରେ ଶିବସେନାକୁ ୧୩୦.୪୬ କୋଟି,  ଓ୍ବାଇଏସଆରସିପି ୯୨.୨ କୋଟି, ବିଜେଡି ୯୦.୩୫ କୋଟି, ଏଆଇଡିଏମକେ ୮୯.୬ କୋଟି, ଡିଏମକେକୁ ୬୪.୯୦ କୋଟି ଏବଂ ଆମ୍ ଆଦମୀ ପାର୍ଟି ୪୯.୬୫ କୋଟି ଟଙ୍କା ପାଇଛି ।

ଆଞ୍ଚଳିକ ଦଳଗୁଡିକୁ ନିର୍ବାଚନ ବଣ୍ଡରୁ ସର୍ବାଧିକ ଆୟ ହୋଇଛି । ଏହାଦ୍ବାରା ଟିଆରଏସକୁ ୮୯.୧୫ କୋଟି, ଓ୍ବାଏସଆରସିପି୭୪.୩୫ କୋଟି, ବିଜେଡିକୁ ୫୦.୫ କୋଟି, ଡିଏମକେକୁ ୪୫.୫ କୋଟି, ଶିବସେନାକୁ ୪୦.୯୮ କୋଟି, ଆମ୍ ଆଦମୀ ପାର୍ଟିକୁ ୧୭.୭୬ କୋଟି, ସମାଜବାଦୀ ପାର୍ଟିକୁ ୧୦.୮୪ କୋଟି, ଜେଡିଏସକୁ ୭.୫ କୋଟି ଏବଂ ଆରଜେଡିକୁ ୨.୫ କୋଟି ଟଙ୍କାର ଚାନ୍ଦା ମିଳିଛି ।

   Related Posts