Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମଦମୃତ୍ୟୁ ଘଟଣାକୁ ନେଇ ତିହିଡି ଥାନା ଘେରାଉ କଲା ବିଜେପି

19/06/2019 at 3:45 PM

ଭଣ୍ଡାରୀପୋଖରୀ ୧୯|୬: ଭଦ୍ରକ ଜିଲ୍ଲା ତିହିଡି ଥାନା ପୀରହାଟରେ ମଦମୃତ୍ୟୁକୁ ନେଇ ରାଜନୀତି ଏବେ ଜୋର  ଧରିଛି  ।  ଗତ ଏପ୍ରିଲ  ୩୦ତାରିଖ   ଚାନ୍ଦବାଲି ଓ ତିହିଡି  ଅଞ୍ଚଳର ବିଷାକ୍ତ ମଦ ପିଇ ୯ରୁ ଅଧିକ ଲୋକଙ୍କର  ମୃତ୍ୟୁ ହୋଇଥିଲା ।  ପ୍ରଶାସନ ଘଟଣାକୁ ଚାପିବା ପାଇଁ  ହାତ ଗଣତି ଲୋକଙ୍କୁ ଗିରଫ କରି ଚୁପଚାପ ବସିଯାଇଥିବା ଅଭିଯୋଗ କରିଛି ବିଜେପି ।  ମଦମୃତ୍ୟୁରେ  ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଚାନ୍ଦବାଲି ବିଧାୟକ ଓ ତାଙ୍କ ସମର୍ଥକ ମକା ଗିରଫ ଦାବିରେ ତିହିଡି ଥାନା ଘେରାଉ କରିଛି ବିଜେପି ।  ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ନେତୃତ୍ବରେ ଚାନ୍ଦବାଲି ଓ ତିହିଡି ଅଞ୍ଚଳର ଶତାଧିକ ବିଜେପି କର୍ମୀ ତିହିଡି ଥାନା ଘେରାଉ କରିଛନ୍ତି ।  ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ଚୁପ୍ ହୋଇ ବସିଥିବା କହିଛି ବିଜେପି । ଅଭିଯୁକ୍ତ ମାନେ ଖୁଲମଖୁଲା ବୁଲୁଥିବା ବେଳେ ତାଙ୍କ ପ୍ରତି ପ୍ରଶାସନ ଅନୁକମ୍ପା ଦେଖାଉଥିବା ଧାମନଗର ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ।  ଯଦି ଆଗାମୀ ଦିନରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ  ତାହାଲେ ଆଗାମୀ ଦିନରେ ବିଧାନସଭାରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ସହ ତିହିଡିରେ ବନ୍ଦ ଡାକରା ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି ।  

   Related Posts