Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବିଜେପିକୁ ମିଳିଲା ସର୍ବାଧିକ କର୍ପୋରେଟ୍ ଚାନ୍ଦା, ଜାଣନ୍ତୁ କେଉଁ ଦଳକୁ ମିଳିଲା କେତେ

16/10/2020 at 3:41 PM

ନୂଆଦିଲ୍ଲୀ ୧୬।୧୦: ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ(ଏଡିଆର)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ସର୍ବାଧିକ ୬୯୮ କୋଟି ଟଙ୍କାର କର୍ପୋରେଟ୍ ଚାନ୍ଦା ମିଳିଛି। ଦ୍ଵିତୀୟରେ ଥିବା କଂଗ୍ରେସକୁ ୧୨୨.୫ କୋଟି ଟଙ୍କା  ଦାନରେ ମିଳିଛି। ସମସ୍ତ ରାଷ୍ଟ୍ରୀୟ ଦଳକୁ ମୋଟ୍‌ ୨୦ ହଜାର କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ୫ ରାଷ୍ଟ୍ରୀୟ ଦଳକୁ ମିଳିଥିବା ୧୫୭୩ କର୍ପୋରେଟ୍ ଚାନ୍ଦା ମଧ୍ୟରୁ ବିଜେପିକୁ ସର୍ବାଧିକ ୬୯୮ ଟଙ୍କା ମିଳିଛି।

କର୍ପୋରେଟ୍ ଚାନ୍ଦା ମାମଲାରେ ଦ୍ଵିତୀୟ ସ୍ଥାନରେ ଥିବା କଂଗ୍ରେସକୁ ୧୨୨ କୋଟି ଟଙ୍କା ମିଳିଛି। ଏନସିପିକୁ ୧୭ କର୍ପୋରେଟ୍ ଦାନ ଦାତାଙ୍କଠୁ ୧୧.୩୪୫ କୋଟି ଟଙ୍କା ଦାନରେ ମିଳିଛି। ଆର୍ଥିକ ବର୍ଷ ୨୦୧୮-୧୯ ମଧ୍ୟରେ ବିଜେପି ଓ କଂଗ୍ରେସ କ୍ରମଶଃ ସ୍ଵେଚ୍ଛାକୃତ ଯୋଗଦାନରୁ ୯୪ ପ୍ରତିଶତ ଏବଂ ୮୨ ପ୍ରତିଶତ କର୍ପୋରେଟ୍ ଚାନ୍ଦା ପାଇଛନ୍ତି। ସିପିଆଇ କର୍ପୋରେଟ୍‌ରୁ କେତେ ଚାନ୍ଦା ମିଳିଛି ତାହା ଘୋଷଣା କରି ନାହିଁ।

କିଏ ଦେଲା ସର୍ବାଧିକ ଦାନ ?

ଟାଟା ସମୂହ ସମର୍ଥିତ ପ୍ରୋଗ୍ରେସିଭ୍ ଇଲକ୍ଟୋରାଲ ଟ୍ରଷ୍ଟ ବିଜେପି, କଂଗ୍ରେସ ଓ ତୃଣମୂଳ କଂଗ୍ରେସକୁ ସର୍ବାଧିକ ଟଙ୍କା ଦାନ ଦେଇଛି। ଟ୍ରଷ୍ଟ ତିନି ଥର ତିନି ଦଳକୁ ମୋଟ୍ ୪୫୫.୧୫ କୋଟି ଟଙ୍କା ଦାନ ଦେଇଛି। ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟର ପ୍ରତ୍ୟେକ ଦାନରୁ ବିଜେପି, କଂଗ୍ରେସ ଓ ତୃଣମୂଳ କଂଗ୍ରେସକୁ କ୍ରମଶଃ ୩୬୫.୫୩୫ କୋଟି, ୫୫.୬୨୯ କୋଟି ଓ ୪୨.୯୮୬ କୋଟି ଟଙ୍କା ଦାନରେ ମିଳିଛି।

ବିଜେପିକୁ ସର୍ବାଧିକ ୩୫୬.୫୩୫ କୋଟି ଟଙ୍କା ପ୍ରୋଗ୍ରେସିଭ୍ ଇଲକ୍ଟୋରାଲ ଟ୍ରଷ୍ଟ ଦେଇଥିବା ବେଳେ ୬୭.୨୫ କୋଟି ଟଙ୍କା ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ଓ ୨୮ କୋଟି ଟଙ୍କା ଏବି ଜେନେରାଲ ଇଲେକ୍ଟୋରାଲ ଟ୍ରଷ୍ଟ ପ୍ରଦାନ କରିଛି। କଂଗ୍ରେସକୁ ସର୍ବାଧିକ ୫୫.୬୨୯ କୋଟି ଟଙ୍କା ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ, ୩୪ କୋଟି ଟଙ୍କା ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ଓ ୭ କୋଟି ଟଙ୍କା ଗ୍ଵାଲିୟର ଏଲକୋବ୍ରୁ ପ୍ରାଇଭେଟ୍ ଲିମିଟେଡ୍ ଦେଇଛି।

ଶୀର୍ଷ ୫ କର୍ପୋରେଟ୍

ଦେଶର ପାଞ୍ଚ ସବୁଠୁ ବଡ କର୍ପୋରେଟ୍ ଦାତାଙ୍କ ତାଲିକାରେ ପ୍ରଥମରେ ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟର ରହିଛି। ଏହି ଟ୍ରଷ୍ଟ ୨୦୧୮-୧୯ରେ ୪୫୫.୧୫ କୋଟି ଟଙ୍କା ଦାନ ଦେଇଛି। ଏହା ପରେ ଦ୍ଵିତୀୟରେ ରହିଛି ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ। ଏହି ଟ୍ରଷ୍ଟ ୧୦.୨୫ କୋଟି ଟଙ୍କା ଦାନ ଦେଇଛି। ତୃତୀୟରେ ରହିଛି ଏବି ଜେନେରୋଲ ଇଲେକ୍ଟୋରାଲ ଟ୍ରଷ୍ଟ, ଯିଏ ୩୦ କୋଟି ଟଙ୍କା ଦାନ ଦେଇଛି। ବିଜି ସିରକେ କନଷ୍ଟ୍ରକ୍ସନ ଟେକ୍ନୋଲୋଜି ୨୦ କୋଟି ଟଙ୍କା ଦାନ ଦେଇଛି। ପଞ୍ଚମ ସ୍ଥାନରେ ରହିଛି ମୋଡେର୍ଣ୍ଣ ରୋଡ୍ ମେକର୍ସ, ଯିଏ ୧୫.୬୫ କୋଟି ଟଙ୍କା ଦାନ ରାଜନୈତିକ ଦଳକୁ ଦେଇଛି।

   Related Posts