ଗୁଜୁରାଟ ଉପନିର୍ବାଚନରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଛି ବିଜେପି ! ଭିଡିଓ ଭାଇରାଲ ପରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

Published By : Prameya-News7 Bureau | November 03, 2020 IST

ଗାନ୍ଧୀନଗର, ୦୩।୧୧:  ଗୁଜୁରାଟ ବିଧାନସଭାର ୮ଟି ଆସନ ପାଇଁ ଭୋଟିଂ ଜାରି ରହିଛି । ମଙ୍ଗଳବାର ଭୋଟିଂ ଆରମ୍ଭ ହେବା ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ନିର୍ବାଚନ ଆୟୋଗଙ୍କ ନିୟମକୁ ଖୁଲମ ଖୁଲା ଉଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି । କଂଗ୍ରେସ ଅଭିଯୋଗ କରିଛି ଯେ, ବିଜେପି ଭୋଟରଙ୍କୁ କିଣିବା ପାଇଁ ଟଙ୍କା ବାଣ୍ଟୁଛି । ବଦୋଦରାର କରଜଣ ଆସନରେ ଭୋଟିଂ ପୂର୍ବରୁ ବିଜେପି କର୍ମୀ ଭୋଟରଙ୍କୁ ଟଙ୍କା ଦେଇ ପ୍ରଭାବିତ କରୁଛନ୍ତି ।

କଂଗ୍ରେସ ଏନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ଦଳର ରାଜ୍ୟ ଅଧ୍ୟକ୍ଷ ଅମିତ ଚାଓ୍ୱଡା ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ, ପ୍ରଥମେ ବିଜେପି ବିଧାୟକଙ୍କୁ କିଣିଥିଲା ଓ ଏବେ ଭୋଟରଙ୍କୁ କିଣୁଛି । ବିଜେପି ନିର୍ବାଚନରେ ବିଜୟ ହାସଲ କରିବାକୁ ଏପରି କରୁଛି । ଏହା ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

wp:html /wp:html

ଟଙ୍କା ବଣ୍ଟାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ କରଜଣର ଇଟାଲା ଅଞ୍ଚଳର ବୋଲି କୁହାଯାଉଛି । ବାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପରିକି ସ୍ୱାଧିନ ବିଧାୟକ ଜିଗ୍ନେଶ ମେଓ୍ୱାନୀ ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି । ବିଜେପି ଗୁଜୁରାଟର ଗଣତନ୍ତ୍ରକୁ ଖୁଲମ ଖୁଲା ନିଲାମ କରୁଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଗୁଜୁରାଟର ଆଠଟି ବିଧାନସଭା ଆସନରେ ମତଦାନ ହେଉଛି । କଚ୍ଛ ଜିଲ୍ଲାର ଲଅବଡାସା, ସୁରେନ୍ଦ୍ରନଗରର ଲିମ୍ବଡି, ମୋରବୀ,ଧାରୀ, ଗଟଡା, କରଜଣ, ଡାଙ୍ଗ ଓ କପରାଡରେ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.