Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ମହାରାଷ୍ଟ୍ରରେ ବିଜେପିକୁ ବଡ଼ ଝଟକା, ଏନସିପିରେ ସାମିଲ ହେବେ ପୂର୍ବତନ ରାଜସ୍ବ ମନ୍ତ୍ରୀ ଏକନାଥ ଖଡସେ

21/10/2020 at 2:20 PM

ମୁମ୍ବାଇ ୨୧/୧୦: ମହାରାଷ୍ଟ୍ରରେ ବିଜେପିକୁ ଲାଗିଛି ବଡ଼ ଝଟକା। ଦଳରୁ ଇସ୍ତଫା ଦେବା ପରେ ବରିଷ୍ଠ ନେତା ଓ ମହାରାଷ୍ଟ୍ରର ପୂର୍ବତନ ରାଜସ୍ବ ମନ୍ତ୍ରୀ ଏକନାଥ ଖଡସେ ଏବେ ସାମିଲ ହେବାକୁ ଯାଉଛନ୍ତି ଏନସିପିରେ। ଏନସିପି ନେତା ଜୟନ୍ତ ପାଟିଲ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଏକନାଥ ଖଡସେ ମହରାଷ୍ଟ୍ରରେ ବିଜେପିକୁ ଆଗକୁ ନେବାରେ କାମ କଲେ । ଏବେ ସେ ଦଳରୁ ଇସ୍ତଫା ମଧ୍ୟ ଦେବେ। ଏଣୁ ତାଙ୍କୁ ଏନସିପିରେ ସାମିଲ କରିବା ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଶୁକ୍ରବାର ଦିପହର ୨ଟାରେ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳର ସଦସ୍ୟ ଭାବେ ସାମିଲ କରାଯିବ।

ଜୟନ୍ତଙ୍କ ଏଭଳି ବୟାନ ତଥା ଦାବି ପରେ ମହାରାଷ୍ଟ୍ର ବିଜେପିରେ ଏହାକୁ ନେଇ ଚର୍ଚା ଏବେ ଜୋର ଧରିଛି। ସେପଟେ ଖଡସେଙ୍କ ସମର୍ଥକମାନେ ଏନସିପିରେ ସାମିଲ ହେବା ପୂର୍ବରୁ ତାଙ୍କର ବଡ଼ ବଡ଼ ପୋଷ୍ଟର ଲଗାଇବା ଆରମ୍ଭ କରିଛନ୍ତି। ସୂତ୍ର ଅନୁସାରେ ଖଡସେ ଦଳରେ ନିଜକୁ ବହୁ ଦିନ ହେବ ଉପେକ୍ଷିତ ମନେ କରୁଥିଲେ।

ସୂଚନାଯୋଗ୍ୟ ଗୋପିନାଥ ମୁଣ୍ଡେଙ୍କ ପରଲୋକ ପରେ ଏକନାଥ ଖଡ଼ସେଙ୍କୁ ରାଜ୍ୟରେ ବିଜେପିର ବଡ଼ ବ୍ୟକ୍ତିତ୍ବ ବୋଲି ବିଚାର କରାଯାଉଥିଲା। ଏହା ସହ ଆଶଙ୍କା କରାଯାଉଛି ସେ ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଜେପିରୁ ଇସ୍ତଫା ଦେବା ଘୋଷଣା କରିପାରନ୍ତି।

   Related Posts