Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସମ୍ବଲପୁରରେ ବିଜେପିର ଚାଷୀ ଅଧିକାର ରାଲି: ୫ ଦଫା ଦାବିରେ ଆରଡିସି ଅଫିସ ଘେରାଉ, ୧୬ ଜଣ ବରିଷ୍ଠ ବିଜେପି ନେତା ଗିରଫ

21/01/2021 at 6:54 PM

ସମ୍ବଲପୁରରେ ବିଜେପିର ଚାଷୀ ଅଧିକାର ରାଲି।  ଧାନ କିଣାରେ ଅବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁରରେ ଚାଷୀ ସମାବେଶ କରିଛି ବିଜେପି । ଅଇଁଠାପାଲି ପିଏଚଡି ପଡିଆରେ ସାଧାରଣ ସଭା ପରେ ୫ ଦଫା ଦାବି ନେଇ ଆରଡିସି ଅଫିସ ଘେରାଉ କରିଥିଲେ ହଜାର ହଜାର ଚାଷୀ ଓ ବିଜେପି କର୍ମୀ ।ଘେରାଉ ସମୟରେ ପୋଲିସ ୧୬ ଜଣ ବରିଷ୍ଠ ବିଜେପି ନେତାଙ୍କୁ ଗିରଫ କରିଥିଲା ।  ସେପଟେ  ବିଜେପିର ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବିଜେ଼ଡି ଓ କଂଗ୍ରେସ ଜବାବ ରଖିଛନ୍ତି ।

ଚାଷୀ  ପ୍ରସଙ୍ଗରେ ବିଜେପିର ଗର୍ଜନ । ଚାଷୀ ଅଧିକାର ରାଲିରେ ବିଜେପି ନେତା । ୫ ଦଫା ଦାବି ନେଇ ଉତ୍ତରାଞ୍ଜଳ ଆରଡିସି  ଅଫିସ ଘେରାଉ କରିଛି ବିଜେପି । ଧାନ ମଣ୍ଡିରେ ଅବ୍ୟବସ୍ଥା , ଏଫଏକ୍ୟୁ ନାଁରେ  କଟନି ଛଟନି, ଧାନ କିଣାରେ ଟୋକନ ବ୍ୟବସ୍ଥା  ଓ କେନ୍ଦ୍ର ସରକାର ଚାଷୀଙ୍କୁ ଦେଉଥିବା ଅର୍ଥ ବାଟମାରଣା ହୋଇ ଚାଷୀଙ୍କ ପାଖରେ ନପହଁଚିବା ଆଦି ପ୍ରସଙ୍ଗରେ ପଶ୍ଚିମ ଓଡିଶାର ଚାଷୀଙ୍କୁ ଧରି ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି । ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ଓ ୩୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ହଜାର ହଜାର କର୍ମୀ ସମାବେଶରେ ଯୋଗ ଦେଇଥିଲେ।

ସମ୍ବଲପୁର ଅଇଁଠାପାଲି ପିଏଚଡି ପଡିଆରେ ସାଧାରଣ ସଭା ପରେ ଶୋଭାଯାତ୍ରା ଯାଇ ଆରଡିସି ଅଫିସ ଘେରାଉ କରିଥିଲା ବିଜେପି । ଏଥିରେ ରାଜ୍ଯସଭା ସାଂସଦ ତଥା ବିଜେପି ରାଜ୍ଯ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର୍ ଯୋଗ ଦେଇଥିବା ବେଳେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ତେବେ ଆରଡିସି ଅଫିସକୁ ଧସେଇ ପଶିବା ପାଇଁ ଉଦ୍ୟମ କଲା ପରେ ପୋଲିସ ସହ କିଛି ସମୟ ଧସ୍ତାଧସ୍ତି ହୋଇଥିଲା | ଫଳରେ ସମୀର ମହାନ୍ତିଙ୍କ ସହ ୧୬ଜଣ ନେତାଙ୍କୁ ଗିରଫ କରିଛି ପୋଲିସ | 

ଚାଷୀ ପ୍ରସଙ୍ଗରେ ବିଜେପିର ଆରଡିସି ଅଫିସ ଘେରାଉକୁ ସଇତାନର ବେଦ ପାଠ ବୋଲି କହି ସମାଲୋଚନା କରିଛି କଂଗ୍ରେସ ।  ଧାନ କିଣାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଧାନ କିଣାରେ ସବୁଠି  ଅବ୍ୟବସ୍ଥା ହୋଇଛି । ଟୋକନ ବ୍ୟବସ୍ଥା ବନ୍ଦ ସହ କଟନି ଛଟନି ବନ୍ଦ କରିବାକୁ ଦାବି କରିଛି କଂଗ୍ରେସ । ବିଜେଡି କହିଛି  କେନ୍ଦ୍ରସରକାରଙ୍କ ବିରୋଧରେ ଦିଲ୍ଲୀର ଚାଲିଥିବା ଚାଷୀ ଆନ୍ଦୋଳନ ଉପରୁ ନଜର ହଟାଇବା ଲାଗି ବିଜେପିର ଏପରି ସମାବେଶ ।

ସାରା ଦେଶରେ ଚାଷୀ ଆନ୍ଦୋଳ ଓ କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗ ହୋଇ ରହିବା ବେଳେ ଓଡିଶା ବି ଚାଷୀ ପ୍ରସଙ୍ଗକୁ ନେଇ ଯୋର ଧରିଛି ରାଜନୀତି । ବିଜେପି ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଥିବା ବେଳେ କେନ୍ଦ୍ର ଧାନ କିଣା ସବସିଡି ଅର୍ଥ ପ୍ରଦାନରେ ବିଳମ୍ବ କରିବା ଓ ରାଜ୍ୟର ସବୁ ଉଷୁନା ଚାଉଳ ନକିଣିବାକୁ ଚିଠି ଲେଖାକୁ ବିରୋଧ କରି ବିଜେଡି ଆଗକୁ ଆନ୍ଦୋଳନ କରିବାକୁ ଇଶାରା ଦେଛି ।   

   Related Posts