Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଚିରାଗ ପାଶଓ୍ବାନଙ୍କ ସହ ସଂପର୍କ ଏହି ନେତାମାନଙ୍କୁ ପଡିଲା ମହଙ୍ଗା, ୬ବର୍ଷ ପାଇଁ ବହିଷ୍କୃତ କଲା ବିଜେପି

13/10/2020 at 12:32 PM

ପାଟନା ୧୩।୧୦: ଏଲଜେପିକୁ ବିଜେପିର ବି ଟିମ୍ ଚର୍ଚ୍ଚାରେ ବିରାମ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ଯେଉଁ ୯ ଜଣ ନେତା ଏଲଜେପି ଟିକେଟରେ ନିର୍ବାଚନ ଲଢୁଥିଲେ ବିଜେପି ସେହି ନେତାମାନଙ୍କୁ ଦଳରୁ ବାହାର କରିଦେଇଛି । ଦଳରୁ ବାହାର କରାଯାଇଥିବା ନେତାମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାମେଶ୍ବର ଚୌରାସିଆ, ଉଷା ବିଦ୍ୟାର୍ଥୀ, ରାଜେନ୍ଦ୍ର ସିଂହ ଇତ୍ୟାଦି ନେତା ସାମିଲ ଅଛନ୍ତି ।

ବିଜେପିର ରାଜ୍ୟ ଅଧ୍ୟକ୍ଷ ଡ. ସଞ୍ଜୟ ଜୈସଓ୍ବାଲ ଚିଠି ଲେଖି ସେମାନଙ୍କ ନାଁ ଘୋଷଣା କରିଛନ୍ତି । ଚିଠି ଅନୁସାରେ ଦଳ ରାମେଶ୍ବର ଚୌରାସିଆ, ରାଜେନ୍ଦ୍ର ସିଂହ, ଡ. ଉଷା ବିଦ୍ୟାର୍ଥୀ, ବିଧାୟକ ରବୀନ୍ଦ୍ର ଯାଦବ, ଅନୀଲ କୁମାର, ଶ୍ବେତା ସିଂହ, ଇନ୍ଦୁ କଶ୍ୟପ, ଅଜୟ ପ୍ରତାପ ଏବଂ ମୃଣାଳ ଶେଖରଙ୍କୁ ୬ବର୍ଷ ପାଇଁ ଦଳରୁ ବାହାର କରିଦିଆଯାଇଛି ।

ବିଜେପି ରାଜ୍ୟ ଅଧ୍ୟକ୍ଷ ଡ. ସଞ୍ଜୟ ଜୈସଓ୍ବାଲ ଚିଠିରେ ଲେଖିଛନ୍ତି ଯେ, ଏମାନେ ସମସ୍ତେ ଏନଡିଏ ଆଶାୟୀ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ।  ଏହାଦ୍ବାରା ଦଳ ଏବଂ ଏନଡିଏର ଛବି ମଳିନ ହେଉଛି । ସେଥିପାଇଁ ସେମାନଙ୍କୁ ଦଳରୁ ବାହାରକରିବା ନେଇ ନିଷ୍ପତ୍ତି ନିଆଯାଇଛି ।

   Related Posts